ଆକାଶରୁ ଖସୁଥିବା ବିଜୁଳୀର ଦିଗ ବଦଳାଇବାରେ ସଫଳ ହେଲେ ବୈଜ୍ଞାନିକ, ଏହି ଟେକ୍ନିକ୍ ସହାୟତାରେ ରକ୍ଷା ପାଇବ ଲୋକଙ୍କ ଜୀବନ

373

କନକ ବ୍ୟୁରୋ : ପ୍ରତିବର୍ଷ ଆକାଶରୁ ଖସୁଥିବା ବିଜୁଳୀ ଆଘାତରେ ହଜାର ହଜାର ଲୋକଙ୍କର ଜୀବନ ଯାଉଛି । ଅନେକ ସମୟରେ ବଡ ବଡ ଗଛ ଓ ଘର ମଧ୍ୟ ଜଳି ଯାଉଛି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଏହା ଉପରେ କାହାର କିଛି କରିପାରିବାର କ୍ଷମତା ନାହିଁ ବୋଲି ଆମେ ଭାବୁଥିଲେ । ହେଲେ ଏବେ ବୈଜ୍ଞାନିକମାନେ ବିଜୁଳୀର ଦିଗ ବଦଳାଇବାରେ ସଫଳ ହୋଇଛନ୍ତି । ଏହି ସଫଳତା ହାସଲ କରିଛନ୍ତି ସ୍ୱିଜରଲାଣ୍ଡର ବୈଜ୍ଞାନିକମାନେ । ସେମାନଙ୍କର ଏହି ଟେକନିକ୍ ବଡ ବଡ କୋଠା ଉପରେ ବିଜୁଳୀ ପଡିବାରୁ ରକ୍ଷା କରିପାରିବ ।

ୱେବସାଇଟ ସାଇନ୍ସ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଏହି ଟେକ୍ନିକକୁ ପ୍ରୟୋଗ କରିବାକୁ ବୈଜ୍ଞାନିକମାନେ ମାଉଣ୍ଟ ସେଣ୍ଟିସର ଶୀଖରରୁ ଆକାଶକୁ କ୍ଷୀପ୍ର ଲେଜର ବୀମ ଫିଙ୍ଗା ଯାଇଥିଲା । ଏହି ଲେଜର ବୀମ ଆକାଶରୁ ଖସୁଥିବା ବିଜୁଳୀର ଦିଗ ବଦଳାଇବାରେ ସଫଳ ହୋଇଥିଲା । ଏବେ କୁହାଯାଇଛି କି, ଏହି ଟେକ୍ନିକର କିଛି ପରିବର୍ତନ ପରେ ଏହାକୁ ଗୁରୁତ୍ୱପୂର୍ଣ୍ଣ କୋଠାରେ ବିଜୁଳୀ ସୁରକ୍ଷା ପାଇଁ ବ୍ୟବହାର କରାଯିବ । ସୂଚନା ଥାଉକି ବିଜୁଳୀ ଖସି ମୃତ୍ୟୁବରଣ କରିବା ତାଲିକାରେ ୟୁରୋପ ସବୁଠାରୁ ଆଗରେ ରହିଛି । ସେଥିପାଇଁ ଏହି ପ୍ରୟୋଗ ପ୍ରଥମେ ୟୁରୋପରେ କରାଯାଇଛି ।

ସାଇନ୍ସ ନ୍ୟୁଜର ରିପୋର୍ଟ ମୁତାବକ ଏନେଇ ବୈଜ୍ଞାନିକମାନେ ୨୦୨୧ରୁ କାମ ଆରମ୍ଭ କରିଥିଲେ । ପ୍ରଥମ ଦୁଇମାସ ମଧ୍ୟରେ ଚାଲିଥିବା ମାରାଥନ ଟେଷ୍ଟିଂ ବେଳେ କ୍ଷୀପ୍ର ଲେଜର ଲାଇଟକୁ ପ୍ରତି ସେକେଣ୍ଡରେ ୧ହଜାର ଥର ହିସାବରେ ଆକାଶକୁ ଫିଙ୍ଗା ଯାଇଥିଲା । ଏହାର ଉର୍ଦ୍ଦେଶ୍ୟଥିଲା ବିଜୁଳୀର ଦିଗ ପରିବର୍ତନ କରାଇବା । ଏହାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଉପଲବ୍ଧ ହେଉଛି ।