ଗ୍ରାହକ ବେଶରେ ଆସିଲେ ଗଳା ଗାଡି ଦରଜୀଙ୍କୁ ବିଭତ୍ସ ହତ୍ୟା କଲେ । ରାଜସ୍ଥାନ ଉଦୟପୁରରେ ଘଟିଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ସାରା ଦେଶ ସ୍ତବ୍ଧ

231

କନକ ବ୍ୟୁରୋ : ନିର୍ମମ, ବର୍ବରତା, ନାରକୀୟ ହତ୍ୟାକାଣ୍ଡ । ନୀରିହ କହ୍ନୈୟାଲାଲଙ୍କୁ ଯେଉଁଭଳି ଢଙ୍ଗରେ ହତ୍ୟା କରାଯାଇଛି ଏହାକୁ ନେଇ କେବଳ ରାଜସ୍ଥାନର ଉଦୟପୁର ନୁହେଁ ପୂରା ଦେଶ ସ୍ତବ୍ଧ ହୋଇଯାଇଛି । ମଙ୍ଗଳବାର ଦିନ ଦ୍ୱିପହରରେ ଦୋକାନରେ ଭିତରେ ଗ୍ରାହକ ବେଶରେ ଦୁଇଜଣ ବ୍ୟକ୍ତି ଦରଜୀ କହ୍ନୈୟାଲାଲଙ୍କ ଦୋକାନ ଭିତରେ ପଶିଲେ । କେହି କିଛି ବୁଝିବା ଆଗରୁ ତାଙ୍କ ଗଳାରେ ୨୬ଥର ଛୁରିମାଡ କରି ହତ୍ୟା କଲେ । କେବଳ ସେତିକି ନୁହେଁ ହତ୍ୟା ସମୟର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ ।

 ହତ୍ୟାର କିଛି ଘଂଟା ପରେ ହତ୍ୟାକାରୀଙ୍କୁ କାବୁ କରିଛି ପୁଲିସ । କାବୁ ସମୟର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଦୁଇ ଅପରାଧୀଙ୍କୁ ରାସ୍ତା ଉପରେ  ଧଣି ପୁଲିସ ମାଡ ମାରୁଥିବା ଦେଖିବାକୁ ମିଳିଛି । ସେପଟେ ଏନ୍ଆଇଏ ଓ ଏସ୍ଆଇଟି ଘଟଣାର ତଦନ୍ତ ଆରମ୍ଭ କରଛନ୍ତି । ଅଭିଯୁକ୍ତ ରିଆଜ୍ ଓ ମହମ୍ମଦ ଗୋସଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି ଉଠିଲାଣି । କହ୍ନୈୟା ଲାଲଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ରାଜସ୍ଥାନ ଉଦୟପୁରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ହତ୍ୟାକାଣ୍ଡ ପରେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା କରିଥିଲେ ହତ୍ୟାକାରୀ ରିଆଜ୍ ଓ ମହମ୍ମଦ । ନୁପୁର ଶର୍ମାଙ୍କ ବିବାଦୀୟ ବୟାନଙ୍କୁ କହ୍ନୈ÷ୟା ସମର୍ଥନ କରିଥିବାରୁ ସେ ତାଙ୍କୁ ହତ୍ୟା କରିବା କଥା ଭିଡିଓରେ ସ୍ୱିକାର ବି କରିଥିଲେ  ।

କହ୍ନୈୟାଙ୍କ ଦୁଇ ହତ୍ୟାକାରୀଙ୍କ ପାକିସ୍ତାନର ଦାୱତ ଇ ଉସଲାମି ସଂଗଠନ ସହ  ସର୍ମ୍ପକ ରହିଥିବା ପ୍ରାଥମିକତ ତଦନ୍ତରୁ ଜଣାପଡିଛି । ଏହି ସଂଗଠନର ୧୦୦ରୁ ଅଧିକ ଦେଶରେ ସକ୍ରିୟ ରହିଛି । ଦିନଦ୍ୱିପହରର ଏଭଳି ହତ୍ୟାକାଣ୍ଡ ଘଟିବା ପରେ ଉଦୟପୁରରେ ଚାଂଚଲ୍ୟଖେଳିଯାଇଛି । ପୁରା ରାଜସ୍ଥାନରେ ମାସକ ପାଇଁ କଫ୍ୟୁ ଲଗାଯିବା ସହ କିଛି ଅଂଚଳରେ ୧୧୪ ଧାରା ଲାଗୁ କରାଯାଇଛି ।

ହତ୍ୟାକାଣ୍ଡ ପରେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଛି ।ସେପଟେ ସ୍ଥିତିକୁ ଦେଖି ରାଜସ୍ଥାନରେ କିଛି ଦିନ ପାଇଁ ଇଂଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ଓ ସମ୍ବେଦନଶୀଳସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।