ଛତିଶଗଡର ରାହୁଲ ପରେ ମଧ୍ୟପ୍ରଦେଶର ଦୀପ । ଖୋଲା ବରୋୱେଲ ଗାତରେ ଗଳିପଡିଲେ, ଚାଲିଛି ଉଦ୍ଧାର  

350

କନକ ବ୍ୟୁରୋ : ଛତିଶଗଡର ରାହୁଲ ପରେ ମଧ୍ୟପ୍ରଦେଶରେ ବି ଦେଖିବାକୁ ମିଳିଛି ସମାନ ଘଟଣା । ମଧ୍ୟପ୍ରଦେଶ ଛତରପୁର ଠାରେ ଏକ ବରୋୱେଲ ଗାତରେ ଗଳି ପଡିଛନ୍ତି ୪ ବର୍ଷର ବାଳକ ଦୀପ । ଏହି ଘଟଣା ଓରଛା ରୋଡ ଥଶନା ନାରାୟଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବୁଧବାର ମଧ୍ୟାହ୍ନ ସମୟରେ ଦୀପ ଖେଳୂୁଥିବା ବେଳେ ହଠାତ ଖୋଲା ପଡିଥିବା ଏହି ବରୋୱେଲ ଗାତରେ ଗଳିପଡିଛନ୍ତି । ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ, ପ୍ରଶାସନିକ ଅଧିକାରୀ  ପହଂଚିଛନ୍ତି । କୁହାଯାଉଛି କି ଏହି ଗାତର ୪୦ ଫୁଟ ତଳକୁ ଖସିପଡିଛନ୍ତି ଦୀପ । ଏନେଇ ଏସଡିଇଆରଏଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ରାହୁଲଙ୍କ ନିକଟକୁ କ୍ୟାମେରା ପଠାଯାଇ ତାଙ୍କର ଗତିବିଧି ଉପରେ ଅନୁଧ୍ୟାନ କରାଯାଉଛି । ସେପଟେ ବରୋୱେଲ ଗାତ ପାଖରେ ସୁଡଙ୍ଗ ଖୋଳିବା କାମ ଆରମ୍ଭ ହୋଇଯାଇଛି । କୁହାଯାଉଛି କି ୧୮ ଫୁଟର ସୁଡଙ୍ଗ ଖୋଳା ସରିଲାଣି ।

ଏଭଳି ଖବର ପାଇବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ସିଧା ସଳଖ ଦୀପଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ଦୀପକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

କହିରଖୁ କି ଛତ୍ରପୁର ନାରାୟଣପୁରରେ ରହୁଥିବା ଅଖିଳେଶ ଯାଦବଙ୍କ ୪ ବର୍ଷର ପୁଅ ଦୀପ ପରିବାର ଲୋକଙ୍କ ସହ କ୍ଷେତକୁ ଯାଇଥିଲା । ସେଠାରେ ସେ ଖେଳୁଥିବା ବେଳେ ହଠାତ ବରୋୱେଲ ଗାତ ଭିତରକୁ ଗଳିପଡିଥିଲେ । ଏନେଇ ଜିଲ୍ଲାପାଳ ସନ୍ଦୀପ ଜିଆର କହିଛନ୍ତି କି ଦୀପ ଏବେ ବରୋୱେଲ ଗାତର ୪୦ ଫୁଟ ତଳେ ଫଶି ରହିଛନ୍ତି । ଉଦ୍ଧାରକାରୀ ଟିମ ଦ୍ୱାରା ପଠାଯାଇଥିବା ରଶିକୁ ଧରିଛନ୍ତି ରାହୁଲ । ତାଙ୍କୁ ଉଦ୍ଧାର କରିବାକୁ ପାଖାପାଖି ୧୫୦ ଲୋକ ଲାଗିଛନ୍ତି । ଏହାସହ ୩୦୦ ଅଧିକ ଗ୍ରାମବାସୀ ଉଦ୍ଧାରକାରୀ ଦଳକୁ ସାହାଯ୍ୟ କରୁଛନ୍ତି ।