ଆମେରିକା ଓ ସହଯୋଗୀ ରାଷ୍ଟ୍ରଙ୍କୁ କ୍ଷତି ପହଂଚାଇଲେ ‘ନକ୍ସାରୁ ହଜିଯିବ ନର୍ଥକରିଆ’ ! ଜାତିସଂଘରେ ପ୍ରଥମ ଉଦବୋଧନ ରଖି ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ

32

କନକ ବ୍ୟୁରୋ : ଉତ୍ତର କୋରିଆକୁ ସୁଧୁରିବା ପାଇଁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାତିସଂଘର ମହାସମ୍ମିଳନୀ ବୈଠକରେ ଯୋଗ ଦେଇ କିଛି ଏହିପରି ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏହି ବୈଠକ ପାଇଁ ବିଶ୍ୱର ପ୍ରାୟ ସବୁ ଦେଶର ରାଷ୍ଟ୍ରାଧ୍ୟକ୍ଷମାନେ ଏକାଠି ହୋଇଛନ୍ତି । ତେବେ ଏହି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ସେ ନେସନ୍ ଜେନେରାଲ୍ ଆସେମ୍ବଲିରେ ଯୋଗଦେଇଛନ୍ତି ।

trumpତେବେ ନିଜ ବକ୍ତବ୍ୟ ଆରମ୍ଭ ଆମେରିକା ଫାଷ୍ଟରୁ ହିଁ ଆରମ୍ଭ କରିଥିଲେ । ଆଉ ପରେ ଉତ୍ତର କୋରିଆକୁ ଟାର୍ଗେଟ୍ କରିଥିଲେ ନିଜ ବକ୍ତବ୍ୟରେ । ଟ୍ରମ୍ପ କହିଥିଲେ ମିସାଇଲମ୍ ମ୍ୟାନ୍ କିମ୍ ଜଙ୍ଗ ଉନ୍ ଏବେ ସୁଇସାଇଡ୍ ମିଶନରେ ଅଛନ୍ତି । ଆମେରିକା ଥରକେ ଉତ୍ତର କୋରିଆକୁ ପୂରା ସଫା କରିଦେଇ ପାରିବ । ଏହା ସହିତ ନିଜ ବକ୍ତବ୍ୟରେ ଇରାନକୁ ମଧ୍ୟ ଟାର୍ଗେଟ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଇରାନ୍ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ସହଯୋଗ କରିବା ଉଚିତ୍ ନୁହଁ, ଯାହାର କଡ୍ଡା ଯବାବ୍ ଇରାନକୁ ଭୋଗିବାକୁ ପଡିବ । ସମ୍ମଳନୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଭିଭାଷଣକୁ ସଭିଁଏ ସ୍ୱାଗତ କରିଥିଲେ ।