‘ସୁନ୍ଦରୀ’ ପାଇଁ ଆସିଲା ଜନ୍ତା । ବାଘୁଣୀକୁ ଧରିବା ଲାଗି ବଣ ଭିତରେ ଡେରା ପକାଇଲା ଡେରାଡୁନ ଟିମ୍ । ଆଠମଲ୍ଲିକରେ ଲୋକଙ୍କ ଆଖିରୁ ନିଦ ହଜାଇଛି ମଧ୍ୟପ୍ରଦେଶ ବାଘ

49

କନକ ବ୍ୟୁରୋ: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲା ବନବିଭାଗ । ବାଘୁଣୀକୁ କାବୁ କରିବା ପାଇଁ ସାତକୋଶିଆକୁ ୨ଟି ଜନ୍ତା ଆଣିଛିି ବନବିଭାଗ । ସେପଟେ ଜଙ୍ଗଲ ଭିତରେ ଡେରାଡୁନରୁ ଆସିଥିବା ବିଶେଷଜ୍ଞ ଟିମ୍ ।

sundari

ଅନ୍ୟପଟେ ଆଠମଲ୍ଲିକ ସହର ନିକଟରେ ବାଘ ବୁଲୁଥିବା କୁହାଯାଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଛି । ସାତକୋଶିଆ ଓ ଏହାର ଆଖପାଖ ଅଚଂଳରେ ଗତ କିଛି ଦିନ ହେଲାଣି ବାଘୁଣି ଆତଙ୍କ ଚଳାଇଛି । ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହ ଗାଈ ବାଛୁରୀକୁ ମାରିଥିବା ଅଭିଯୋଗ ହୋଇଥିଲା ।

sundari tigress

ଯାହାକୁ ନେଇ ପୁରୁଣାକୋର୍ଟ ଥାନା ଅନ୍ତର୍ଗତ ହାତୀବାରୀ ଅଂଚଳରେ ସ୍ଥାନୀୟ ଲୋକ ବିରୋଧ କରିବା ସହ ପୋଡାଜଳା କରଥିଲେ । ଏହାପରେ ବାଘୁଣୀକୁ କାବୁ କରିବା ପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଛି । ବାଘବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶରୁ ବାଘ ଆଣିଥିଲା ବନବିଭାଗ ।