ଜଣେ ପୁଲିସ ସବ୍-ଇସ୍ପେକ୍ଟରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ପରେଡରେ ସାମିଲ ହେବା ପୂର୍ବରୁ ସେ ନିଜ ମା’ଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଫଟୋକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ନିଜ ମା’ଙ୍କୁ ଏଭଳି ଭାବରେ ସମ୍ମାନ ଦେବାର ଫଟୋକୁ ଦେଖି ଲୋକମାନେ ପ୍ରଶଂସା କରିବା ସହ ଏହା ଭାଇରାଲ ହୋଇଛି । ଏହି ଫଟୋଟି କର୍ଣ୍ଣାଟକ ଏଡିଜିପି ଭାସ୍କର ରାଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋ ଭାଇରାଲ ହେବା ସହ ସଲାମ କରୁଥିବା ପୁଅକୁ ପ୍ରଶଂସା କରିବାକୁ ଥକୁ ନାହାନ୍ତି ଲୋକେ । ଭାସ୍କର ରାଓ ନିଜେ କରିଥିବା ଟ୍ଵିଟ୍କୁ ଲାଇକ୍ କରିବା ସହ ଏହି ଯୁବକଙ୍କୁ ମୋର ସଲାମ ବୋଲି ଲେଖିଛନ୍ତି ।
ସୂଚନା ମୁତାବକ, ପୁଲିସ ସବ୍-ଇନ୍ସ୍ପେକ୍ଟରଙ୍କ ମା’ ପାସିଙ୍ଗ ଆଉଟ୍ ପରେଡ଼୍ ଦେଖିବା ପାଇଁ ଯିବାକୁ ଅସମର୍ଥ ଥିଲେ । ଏଥିପାଇଁ ମା’ କାମ କରୁଥିବା ଧାନ ବିଲକୁ ଯାଇ ପୁଲିସର ଖାକି ପୋଷାକ ପିନ୍ଧି ସବ୍-ଇନ୍ସ୍ପେକ୍ଟର ପୁଅ ପାଦ ଧୂଳି ନେଇଥିଲେ । ଯେଉଁ ଲୋକମାନେ ପୁଲିସମାନଙ୍କ ମନରେ କୌଣସି ଭାବନା ନାହିଁ ବୋଲି କହନ୍ତି ଏହି ଫଟୋ ସେମାନଙ୍କୁ ଅନେକ କିଛି ଶିଖାଇବା ବୋଲି କିଛି ଲୋକ ମତ ରଖିଛନ୍ତି । ଏହା ସହ କିଛି ଲୋକ ବୃଦ୍ଧା ଅବସ୍ଥାରେ ନିଜ ମାତା-ପିତାଙ୍କୁ ଘରୁ ବାହାର କରି ଦେଉଥିବା ବେଳେ ଏହି ଫଟୋ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବା ବୋଲି କିଛି ଲୋକ ମତ ରଖିଥିବା ଦେଖା ଯାଇଛି ।