ସୁନାଦର ହେଉଛି ଆକାଶ ଛୁଆଁ । ୭୦ ହଜାର ପାଖାପାଖି ପହଞ୍ଚିଲା ୨୪ କ୍ୟାରେଟ ସୁନାର ଦାମ୍

525

କନକ ବ୍ୟୁରୋ: ହୁ ହୁ ହୋଇ ବଢ଼ିଚାଲିଛି ସୁନାର ମୂଲ୍ୟ । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମର ମୂଲ୍ୟ ୬୯ ହଜାର ୭୫୦ ଟଙ୍କା ହୋଇଛି । ଗୋଟିଏ ସପ୍ତାହରେ ସୁନାଦର ବଢିଛି ଅଢ଼େଇ ହଜାର ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ଏବେ ୬୨ ହଜାର ୮୦୦ ଟଙ୍କା ଛୁଇଁଛି । ଗୋଟିଏ ମାସ ଭିତରେ ୨୨ କ୍ୟାରେଟ ସୁନା ଦର ୧୦ଗ୍ରାମ ପିଛା ୭ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ତେବେ କେବଳ ସୁନା ନୁହେଁ, ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୧୫ଶହ ଟଙ୍କା ବୃଦ୍ଧି ହୋଇଛି ।

  • ସୁନା ହେଉଛି ଆକାଶ ଛୁଆଁ
  • ୭୦ ହଜାର ପାଖାପାଖି ସୁନାଦର

ସୁନାର ଏପରି ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ । ବିଶେଷକରି ଯେଉଁମାନଙ୍କର ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି, ସେମାନେ ଅଧିକ ଚିନ୍ତାରେ ପଡିଛନ୍ତି । ସୁନା ଦର ବୃଦ୍ଧି ପକେଟ ଉପରେ ପ୍ରଭାବ ପକାଉଛି ବୋଲି କହିଛନ୍ତି ଗ୍ରାହକ ।

କାହିଁକି ବଢୁଛି ସୁନା ଦର?

  • ଆମେରିକାର ଡଲାର ତୁଳନାରେ କମୁଛି ଭାରତୀୟ ଟଙ୍କାର ମୂଲ୍ୟ
  • ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ସୁଧହାର ବୃଦ୍ଧି ଆଶଙ୍କା
  • ଋଷ ସହ ୟୁକ୍ରେନ ଓ ହମାସ ସହ ଇସ୍ରାଏଲ ଯୁଦ୍ଧର ପ୍ରଭାବ
  • ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବା ଆଶଙ୍କା

ଆଗାମୀ ଦିନରେ ସୁନା ଓ ରୂପା ମୂଲ୍ୟ ଆହୁରି ବଢିବାର ସମ୍ଭାବନା ରହିଛି । ଏପରିକି ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଦାମ ୭୫ ହଜାର ଛୁଇଁପାରେ ବୋଲି ଆକଳନ କରିଛନ୍ତି ବଜାର ବିଶେଷଜ୍ଞ ।