ଆଇପିଏଲ ୨୦୨୨: ଟିମ ନାଁ ଘୋଷଣା କଲା ଲକ୍ଷ୍ନୌ, ଜାଣନ୍ତୁ କଣ ରହିଲା ଏହି ନୂଆ ଟିମର ନାଁ ?

295

କନକ ବ୍ୟୁରୋ: ଆଇପିଏଲ ୨୦୨୨ରେ ପ୍ରଥମ ଥର ପାଇଁ ଦଳରେ ଭାଗ ନେଉଥିବା ଲକ୍ଷ୍ନୌ ଦଳ ନିଜ ନାଁ ଘୋଷଣା କରିଛି । ସଞ୍ଜିବ ଗୋୟନକା ଗ୍ରୁପର ଏହି ଟିମର ନାଁ ଲକ୍ଷ୍ନୌ ସୁପର ଜାଏଣ୍ଟ ଦିଆଯାଇଛି । ଆଜି ନିଜ ଟ୍ୱିଟରର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ । ଆସନ୍ତା ଆଇପିଏଲ ୨୦୨୨ରେ ଦଳ ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇବ ।

ଲକ୍ଷ୍ନୌ ଦଳ ଆଇପିଏଲର ନିଲାମୀ ପୂର୍ବରୁ କେଏଲ ରାହୁଲ, ମାର୍କସ ଷ୍ଟୋଇନିସ, ରବି ବିଶ୍ନୋଇଙ୍କୁ ସାଇନ କରି ସାରିଛି । କୋଏଲ ରାହୁଲଙ୍କୁ ଦଳ ଅଧିନାୟକ ଓ ପ୍ରଥମ ଖେଳାଳି ଭାବେ ରଖିଛି । ଫଳରେ ତାଙ୍କ ପାଇଁ ୧୭ କୋଟି ଟଙ୍କା ବ୍ୟୟ କରିଛି ଦଳ । ସେହିପରି ଅଷ୍ଟ୍ରେଲିଆ ଖେଳାଳି ମାର୍କସ ଷ୍ଟୋଇନିସ ଦ୍ୱିତୀୟ ଖେଳାଳି ଭାବେ ରହିଛନ୍ତି, ଏଥିପାଇଁ ତାଙ୍କୁ ୧୧ କୋଟି ଟଙ୍କା ମିଳିବ । ତୃତୀୟ ଖେଳାଳି ଭାବେ ରବି ବିଶ୍ନୋଇଙ୍କୁ ଦଳ ୪ କୋଟି ଟଙ୍କାରେ ସାଇନ କରିଛି ।

ଲକ୍ଷ୍ନୌ ଟିମର ନାଁ ରାଇଜିଂ ପୁନେ ସୁପର ଜାଏଣ୍ଟ ସହ ଲିଙ୍କ ଅଛି । ପୁନେ ଦଳ ୨୦୧୬ ଓ ୨୦୧୭ରେ ଆଇପିଏଲରେ ଭାଗ ନେଇଥିଲା । ଏହି ଟିମର ମାଲିକାନା ବି ସଞ୍ଜିବ ଗୋୟନକା ଗ୍ରୁପ ପାଖରେ ରହିଥିଲା । ଏବେ ଏହି ଗ୍ରୁପ ଲକ୍ଷ୍ନୌ ଦଳକୁ କିଣିଛି ।