୧୫୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ସମାଜବାଦୀ ପାର୍ଟି, ଜାଣନ୍ତୁ କେଉଁଠୁ ଲଢିବେ ଅଖିଳେଶ ଯାଦବ ?

95

କନକ ବ୍ୟୁରୋ :  ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ପୁଣିଥରେ କ୍ଷମତାକୁ ଫେରିବା ପାଇଁ ପୂରା କଳ ବଳ କୌଶଳ ଲଗାଇ ଦେଇଛି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟି ରାଜ୍ୟର ୧୫୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ନିଜେ ଅଖିଳେଶ କରହଲ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ତାଲିକାରେ ନାମ ପ୍ରକାଶ ପାଇଛି ।

ସବୁଠାରୁ ବଡକଥା ସମାଜବାଦୀ ପାର୍ଟିର ବିବାଦୀୟ ନେତା ଆଜମ ଖାନ ଜେଲରେ ଥିଲେ ବି ଦଳ ତାଙ୍କୁ ଟିକେଟ ଦେଇଛି । ଆଜମ ଖାନ ରାମପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି । କେବଳ ସେତିକି ନୁହେଁ ଆଜମ୍ ଖାନଙ୍କ ପୁଅ ଅବ୍ଦୁଲ୍ଲା ଆଜମ ଖାନଙ୍କୁ ବି ଦଳ ଟିକେଟ ଦେଇଛି ସେ ସ୍ୱରା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ।

କହିରଖୁ କି ପ୍ରଥମଥର ପାଇଁ ଅଖଳେଶ ଯାଦବ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ୨୦୦୦ ମସିହାରେ ପ୍ରଥମଥର ପାଇଁ ଅଖିଳେଶ ଯାଦବ କନୌଜ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କ୍ରମାଗତ ୩ ଥର ସାଂସଦ ହେବା ପରେ ୨୦୧୨ ରେ ଅଖିଳେଶ ଯାଦବ ୟୁପିର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସେ ସାଂସଦ ପଦରୁ ଇସ୍ତଫା ଦେଇ ବିଧାନ ପରିଷଦର ସଦସ୍ୟ ହୋଇଥିଲେ ।