ଭଲ ଔଷଧ ଦାବିରେ କିଡନୀ ରୋଗୀଙ୍କ ଆନ୍ଦୋଳନ ଜାରି: ଦିନରାତି ପ୍ରତିବାଦ କଲେ ବି ଗୁହାରି ଶୁଣିବାକୁ କେହି ନାହିଁ

66

କନକ ବ୍ୟୁରୋ: ଭଲ ଔଷଧ ଯୋଗାଇ ଦେବା ଦାବିରେ ଦୀର୍ଘଦିନ ହେବ, ଏମିତି ରାସ୍ତାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । କେତେବେଳେ ମନ୍ତ୍ରୀଙ୍କ ଘର ଆଗରେ ତ ଆଉ କେତେବେଳେ ଲୋୟରପିଏମଜିରେ । ଏବେ ସେମାନେ ଏଜି ଛକରୁ ରାଜଭବନକୁ ସଂଯୋଗ କରୁଥିବା ରାସ୍ତା ଉପରେ ଦିନରାତି ବସି ପ୍ରତିବାଦ କରୁଛନ୍ତି । ହେଲେ, ସେମାନଙ୍କ ଗୁହାରି ଶୁଣିବାକୁ ଯେମିତି କାହାର ଇଛା ନାହିଁ । ସେମାନେ ସମସ୍ତଙ୍କ ପାଇଁ ଅଲୋଡା ।

କିଡନୀ ଔଷଧର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ପ୍ରେସରିଲିଜ୍ ଉପରେ । ନିଜେ ମୁଖ୍ୟ ଶାସନ ସଚିବ ଏଭଳି ସୂଚନା ଦେବା ଆନ୍ଦୋଳନରତ କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଗଭୀର ଆଘାତ ଦେଇଛି ।

ଶୁଣିଲେ ତ କଣ କହୁଛନ୍ତି ରାଜଧାନୀର ରାସ୍ତା ଉପରେ ଆନ୍ଦୋଳନ ଚଳାଇଥିବା କିଡନୀ ରେଗୀ । ଯିିଏ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ବା ଯାହାର ଜଣେ ଅତି ଆପଣାର ମଣିଷ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି, ସେ କେମିିିତି ଓ କାହିଁକି କେଉଁ ଘରୋଇ ମେଡିସିନ୍ କମ୍ପାନୀ କଥାରେ ଆନ୍ଦୋଳନ କରିବେ । ତେବେ କିଡନୀ ରୋଗୀ ଯେଉଁ ନିର୍ଦ୍ଧିଷ୍ଟ ଔଷଧ ଦିଆଯାଉଥିବା ନେଇ ଅଭିଯୋଗ କରୁଛନ୍ତି । ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ଆଲୋକ ମହାପାତ୍ର ।

ପ୍ରଥମେ ଲୋୟର ପିଏମଜିରେ ୯୮ ଦିନ ଧାରଣାରେ ବସିବା ପରେ, ମିଳିଥିଲା ସାମାନ୍ୟ ଆଶ୍ୱସ୍ତି । ଦାବି କରୁଥିବା ଔଷଧ ଯୋଗାଇ ଦେଇଥିଲା ଏସସିବି ମେଡିକାଲ । କିନ୍ତୁ ଥରେ ଔଷଧ ଦେଇ ଏସସିବି ମେଡିକାଲ କର୍ତୁପକ୍ଷ ହାତ ଟେକି ଦେଇଥିଲେ । ଏବେ ପ୍ରଶ୍ନ ଉଠୁଛି, ରୋଗୀଙ୍କୁ ଯଦି ମାସେ ଔଷଧ ଦିଆଗଲା, ତାପରେ କାହିଁକି ପୁଣି ବନ୍ଦ କରାଗଲା ସେହି ଔଷଧ?