ବିମାନରେ ପରିସ୍ରା ଘଟଣାରେ ଏୟାରଇଣ୍ଡିଆକୁ ବଡ ଝଟକା: ବିମାନ କମ୍ପାନୀକୁ ୩୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ କହିଲେ ଡିଜିସିଏ

1,346

କନକ ବ୍ୟୁରୋ: ଏୟାରଇଣ୍ଡିଆ ଫ୍ଲାଇଟରେ ଘଟିଥିବା ପରିସ୍ରା ଘଟଣାରେ ଡିଜିସିଏ ନିଷ୍ପତି ନେଇଛନ୍ତି । ଡିଜିସିଏ ଏୟାରଇଣ୍ଡିଆ ଫ୍ଲାଇଟ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି । ଏହା ସହ ସେ ସମୟରେ ଥିବା ପାଇଲଟଙ୍କ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ସସପେଣ୍ଡ କରିଛି ଡିଜିସିଏ । କେବଳ ଏତିକି ନୁହେଁ ଏୟାରଇଣ୍ଡିଆର ଫ୍ଲାଇଟ ସର୍ଭିସେସ ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ୩ ଲକ୍ଷ ଟଙ୍କାର ଜୋରିମାନା ହୋଇଛି । ତେବେ ଗତ ୨୬ ନଭେମ୍ବରରେ ଏୟାରଇଣ୍ଡିଆ ବିମାନରେ ଜଣେ ବରିଷ୍ଠ ମହିଳାଙ୍କ ସାମ୍ନାରେ ଅଶ୍ଳୀଳ ବ୍ୟବହାର କରିବା ସହ ନିଶାରେ ରହି ପରିସ୍ରା କରିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ପୁଲିସ ଅଭିଯୁକ୍ତଙ୍କୁ ୭ ଜାନୁଆରୀରେ ବାଙ୍ଗାଲୋରରୁ ଗିରଫ କରିଛି । ଅନ୍ୟପଟେ ଏୟାରଇଣ୍ଡିଆ ଏହି ମାମଲାରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ୪ ମାସ ବ୍ୟାନ କରିଛନ୍ତି । ୪ ମାସ ପର୍ଯ୍ୟନ୍ତ ଏୟାରଇଣ୍ଡିଆ ଫ୍ଲାଇଟରେ ଭ୍ରମଣ କରିପାରିବେନି ଶଙ୍କର ମିଶ୍ରା ।