ବିବିସି ଡକ୍ୟୁମେଂଟାରୀରେ ମୋଦୀଙ୍କୁ ନିନ୍ଦା! ବିଦେଶ ମନ୍ତ୍ରାଳୟ କହିଲା ଭାରତ ବିରୋଧରେ ଅପପ୍ରଚାର

1,477

କନକ ବ୍ୟୁରୋ: ବିବିସି ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦା । ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ କରିଥିବା ଡକ୍ୟୁମେଂଟାରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପପ୍ରଚାର କରାଯାଇଥିବା କହିଛି ଭାରତ ବୈଦେଶିକ ମନ୍ତ୍ରାଳୟ । ଆଉ ଏହି ଡକ୍ୟୁମେଂଟାରୀ ଭାରତ ବିରୋଧରେ ଏକ ବଡ ପ୍ରୋପାଗଣ୍ଡା ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।

୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି କରିଥିବା ଡକ୍ୟୁମେଂଟାରୀ ଭାରତ ବିରୋଧରେ ପ୍ରୋପାଗଣ୍ଡା ବୋଲି କହିଲା ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍୍ର ଅରିନ୍ଦମ୍ ବାଗ୍ଚୀ କହିଛନ୍ତି ଏଭଳି ଡକ୍ୟୁମେଂଟାରୀ ପଛରେ କଣ ଏଜେଣ୍ଡା ରହିଛି , ସେ କଥା ଜଣା ନାହିଁ । ହେଲେ ଏହି ରିପୋର୍ଟ ନିରପେକ୍ଷ ନୁହେଁ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପପ୍ରଚାର ।

ବିବିସି ଡକ୍ୟୁମେଂଟାରୀକୁ ନେଇ ବ୍ରିଟିଶ ସଂସଦରେ ବି ଆଲୋଚନା ହୋଇଛି । ସଂସଦରେ ପାକିସ୍ତାନର ମୂଳ ବାସିନ୍ଦା ଥିବା ସାଂସଦ ଇମ୍ରାନ ହୁସେନ କହିଥିଲେ – ଗୁଜରାଟ ଦଙ୍ଗା ପାଇଁ ସିଧାସଳଖ ନରେନ୍ଦ୍ର ମୋଦୀ ହିଁ ଦାୟୀ ଥିଲେ । ଏବେ ବି ଦଙ୍ଗା ପୀଡିତଙ୍କୁ ନାୟ ମିଳିନାହିଁ । ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି, – ବିବିସି ଡକ୍ୟୁମେଂଟାରୀରେ ଯେଉଁଭଳି ଭାବେ ମୋଦୀଙ୍କୁ ଦର୍ଶା ଯାଇଛି ସେଥିରେ ମୁଁ ଏକମତ ନୁହେଁ ।

ବିବିସି ୧୭ ଜାନୁୟାରୀରେ ‘ଦ ମୋଦୀ କ୍ୱେଶ୍ଚିନ୍’ ଡକ୍ୟୁମେଂଟାରୀର ପ୍ରଥମ ଏପିସୋଡ ୟୁଟୁବରେ ସେୟାର କରିଥିଲା । ଏଥିରେ ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁଲ ଭାବେ ଦର୍ଶା ଯାଇଥିବା ଅଭିଯୋଗ ହେଲା । ଡକ୍ୟୁମେଂଟାରୀକୁ ନେଇ ବିବାଦ ତେଜିବା ପରେ ୟୁଟୁବ୍ରୁ ସେହି ଭିଡିଓ ଉଠାଇ ଦିଆଯାଇଛି । ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦୀ । ଗୁଜରାଟ ଦଙ୍ଗାର ଯାଂଚ କରିବା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ଗଠିକ କମିଟି ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ।