ସୁଟକେସରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ : ସ୍ତ୍ରୀ ସମେତ ୩ଜଣ ହତ୍ୟା କରିଥିବା ସୂଚନା; ପ୍ରେସମିଟରେ ପର୍ଦ୍ଦାଫାଶ କରିବ ପୋଲିସ

1,862

କନକ ବ୍ୟୁରୋ : ସୁଟକେସରୁ ମୃତ ଦେହ ମିଳିବା ଘଟଣାର ସାମନାକୁ ଆସିଲା ସାଂଘାତିକ ଦିଗ । ସ୍ତ୍ରୀ ସମେତ ୩ଜଣ ହତ୍ୟା କରିଥିବା ସୂଚନା । ସ୍ତ୍ରୀ, ଶଳା ଏବଂ ଜଣେ ସହଯୋଗୀଙ୍କୁ ଅଟକ ରଖିଲା ନାଚୁଣୀ ପୋଲିସ । ପ୍ରେସମିଟରେ ପର୍ଦ୍ଦାଫାଶ କରିବ ପୋଲିସ । ଗତକାଲି ନାଚୁଣୀ ନିକଟ ହରିପୁର ଜଙ୍ଗଲରୁ ସୁଟକେସରେ ମିଳିଥିଲା ମୃତଦେହ ।

ମୃତକ ଜଣଙ୍କ ନୟାଗଡ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ଲଖାପଡାର ମନୋରଞ୍ଜନ ମହାପାତ୍ର । ସେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ଜଡିତ ଥିଲେ । ନିଜେ ଏକ ୟୁଟ୍ୟୁବ ସାଇଟ୍ ଖୋଲି ବିଭିନ୍ନ ପ୍ରକାର ଖବର ଅପଲୋଡ କରୁଥିଲେ । ଏଥିସହ ଇଟା ତିଆରି ମେସିନ ମରାମତି କରନ୍ତି । ଗତକାଲି ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର କରାଯାଇଛି ।

ଜଙ୍ଗଲ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ସୁଟକେସ୍ ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ସୁଟକେଶ ଖୋଲିବା ପରେ ସେଥିରେ ମୃତଦେହ ଥିବା ଦେଖିବାକୁ ମିଳିଥିଲା । ତେବେ କିଏ ଓ କାହିଁକି ମନୋରଞ୍ଜନଙ୍କୁ ମାରିଲେ ସେ ନେଇ ପୋଲିସ ସ୍ପଷ୍ଟ କରିପାରିନି । ସାଇଂଟିଫିକ୍ ଟିମ୍ ଓ ଡଗସ୍ୱାର୍ଡ ଘଟଣାସ୍ଥଳରେ ଯାଂଚ କରିବା ସହ ପରିବାରର ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି ।