ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି ଟ୍ରମ୍ପଙ୍କ କମବ୍ୟାକ।

111

କନକ ବ୍ୟୁରୋ: ଦୀର୍ଘ ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରୁଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିବାଦୀୟ ବୟାନ ପାଇଁ ପାଖାପାଖି ଦୁଇବର୍ଷ ହେବ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ସସପେଣ୍ଡ କରାଯାଇଥିଲା । ତେବେ ଏହାକୁ ସ୍ୱାଭାବିକ କରିବା ପାଇଁ ମେଟା ପକ୍ଷରୁ ଘୋଷଣା କରାଯାଇଛି । ୨୦୨୧ ଜାନୁଆରୀ ୬ରେ କ୍ୟାପିଟାଲ ଦଙ୍ଗାକୁ ନେଇ ଟ୍ର୍ମ୍ପଙ୍କ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ଘୁରିବୁଲିବା ପରେ ସସପେଣ୍ଡ କରାଯାଇଥିଲା ।

ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ଟ୍ର୍ମ୍ପଙ୍କ ସୋସିଆଲ ମିଡିଆର ଟିମ ମେଟାକୁ ଚିଠି ଲେଖି ଅନୁରୋଧ କରିଥିଲେ । ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟ୍ରଗ୍ରାମ ଆକାଉଣ୍ଟ ସସପେଣ୍ଡ କରାଯାଇନଥିଲା ବରଂ ଟୁଇଟର ମଧ୍ୟ ସସପେଣ୍ଡ କରାଯାଇଥିଲା । ତେବେ ଏଲନ ମସ୍କ ଟ୍ୱିଟର ଦାୟିତ୍ୱ ନେବା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣି ଥରେ ସକ୍ରିୟ କରିବା ସହ ସବୁ କଟକଣା ହଟାଯାଇଥିଲା ।