ପାକିସ୍ତାନକୁ ନେଇ ଭବିଷ୍ୟବାଣୀ କଲେ ଯୋଗଗୁରୁ ବାବା ରାମଦେବ। କହିଲେ, ୪ଭାଗରେ ବିଭକ୍ତ ହେବ ପାକିସ୍ତାନ।

8,966

କନକ ବ୍ୟୁରୋ: ପାକିସ୍ତାନ ଉପରେ ବଡ ବୟାନ ଦେଲେ ଯୋଗଗୁରୁ ବାବା ରାମଦେବ । ଖୁବ ଶୀଘ୍ର ପାକିସ୍ତାନ ୪ଭାଗରେ ବିଭକ୍ତ ହେବ ଓ ଭାରତ ସହ ମିଶିବ ବୋଲି ରାମଦେବ କହିଛନ୍ତି । ଆଗାମୀ ଦିନରେ ପଞ୍ଜାବ, ପିଓକେ, ବାଲୁଚିସ୍ତାନ ବିଭକ୍ତ ହୋଇ ଭିନ୍ନ ଭିନ୍ନ ରାଷ୍ଟ୍ରରେ ପରିଣତ ହେବେ ଓ କ୍ରମଶ ଭାରତ ସହ ମିଶିବେ ବୋଲି ରାମଦେବ କହିଛନ୍ତି । ଏଥିସହ ରାମଦେବ ଦୃୃଢତାର ସହ କହିଛନ୍ତି କି ପିଓକେ ଭାରତକୁ ନିଶ୍ଚୟ ମିଳିବ ।

ତେଣୁ କ୍ରମଣ ପାକିସ୍ତାନ ପରିସ୍ଥିତି ବିଗିଡିବ ଓ ୪ଟି ଭିନ୍ନ ଭିନ୍ନ ଭାଗ ଭାରତରେ ମିଶିବ । ଏଥିସହ ସନାତନ ଧର୍ମକୁ ନେଇ ମଧ୍ୟ ରାମଦେବ ବଡ ବୟାନ ଦେଇଛନ୍ତି । ଦେଶରେ ସନାତନ ଧର୍ମ ବିରୋଧୀ ବୟାନକୁ ଜାଣିଶୁଣି ପ୍ରତ୍ସୋହନ ଦିଆଯାଉଛି ଓ ଭାରତରେ ଧାର୍ମିକ ଉତେଜନା ବୃଦ୍ଧି କରିବା ଉଦ୍ୟଶରେ ଏଭଳି କରାଯାଉଛି ବୋଲି ରାମଦେବ କହିଛନ୍ତି ।