ଚକ୍ ଦେ ଇଣ୍ଡିଆରେ ଚମକିଲା ଡଟ୍ ଫେଷ୍ଟର ଶେଷ ସଂଧ୍ୟା । ସୁଖବିନ୍ଦର, ଅରୁଣିତା ଓ ପବନଦୀପଙ୍କ ସଂଗୀତର ଯାଦୁରେ ମତୁଆଲା ହେଲେ ଦର୍ଶକ ।

75

କନକ ବ୍ୟୁରୋ: ଚକ୍ ଦେ ଇଣ୍ଡିଆରେ ଚମକିଲା ଡଟ୍ ଫେଷ୍ଟର ଶେଷ ସଂଧ୍ୟା । ‘ରମଟା ଯୋଗୀ’ ଗୀତରେ ଝୁମିଲେ ଦର୍ଶକ । ସୁଖବିନ୍ଦର ସିଂ, ଅରୁଣିତା ଓ ପବନଦୀପଙ୍କ ସଂଗୀତର ଯାଦୁରେ ମତୁଆଲା ହେଲେ ଦର୍ଶକ । ତା ସହିତ ସଲମାନ ୟୁସୁଫଙ୍କ ଠୁମକାର ଯାଦୁ ପାଖରୁ ଦେଖିଥିଲେ । ଏହାସହ ଡଟ୍ ଫେଷ୍ଟର ଏଣ୍ଟରଟେନମେଣ୍ଟ ସେଗମେଣ୍ଟ ଶେଷ ହୋଇଛି । ମନଭରି ଲୋକମାନେ ମଧ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି । ସମସ୍ତ ଗ୍ୟାଲେରିରେ ଦର୍ଶକ ସଂଖ୍ୟା ଭରପୁର ଥିଲା । ଷ୍ଟେଜରେ ବଲିଉଡର ପ୍ରସିଦ୍ଧ ସିଙ୍ଗର ସୁଖବିନ୍ଦର ସିଂ ନିଜ ସଙ୍ଗୀତରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଦର୍ଶକ ସୁଖବିନ୍ଦରଙ୍କ ସଂଗୀତର ତାଳେ ତାଳେ ଝୁମିଥିଲେ । ତେବେ ସବୁକିଛି ସୁରୁଖୁରୁରେ ଶେଷ ହୋଇଥିବାରୁ ବିଡିଏ ଉପାଧ୍ୟକ୍ଷ, ମେୟର ଏବଂ କମିଶନରେଟ ପୋଲିସ୍ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।