ଅଧାରେ ରହିଗଲା ପୁଲିସ ହେବାର ସ୍ୱପ୍ନ । ଦୁର୍ଘଟଣା ବଦଳାଇଦେଲା ଜୀବନ ମୋଡ ।

57

କନକ ବ୍ୟୁରୋ: ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ । ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆକୁଳ ନିବେଦନ । ପୁଲିସ ଚାକିରି କରି ପରିବାର ଚଳାଇବାର ସ୍ୱପ୍ନ ଦେଖିଥିବା ଯୁବକ ଏବେ ଯନ୍ତ୍ରଣାରେ ଜୀବନ ଜିଉଁଛନ୍ତି । ଯାଜପୁର ବଡଚଣା ବାଲିକୁଦାର ପ୍ରଶାନ୍ତ ଓଝା । ଇଂଟରଭ୍ୟୁ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏବେ ଯନ୍ତ୍ରଣା ଭୋଗୁଛନ୍ତି । ୬ଥରରୁ ଅଧିକ ସମୟ ତାଙ୍କର ଅସ୍ତ୍ରୋପଚାର ହୋଇସାରିଥିବା ବେଳେ ଏବେ ଜୀବନ ସହ ସଂଘର୍ଷ କରୁଚନ୍ତି ପ୍ରଶାନ୍ତ । ବୃଦ୍ଧ ବାପା ମୁଲମଜୁରୀ ଲାଗି ପରିବାର ଚଳାଉଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡିବା ବି ତାଙ୍କ ପକ୍ଷେ ସମ୍ଭବ ନୁହେଁ । ସେପଟେ ପ୍ରଶାନ୍ତଙ୍କର ଆଉ ଥରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର କହୁଥିବା ବେଳେ ପାଖରେ ଅର୍ଥ ଅଭାବ । ଏନେଇ କିଛି ସାହାଯ୍ୟ ସହଯୋଗ ମାଗିଛନ୍ତି ପ୍ରଶାନ୍ତ । ଏକ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।