ମୋବାଇଲରୁ ମିଳିବ କି ବିଜେଡି ନେତାଙ୍କ ମୃତ୍ୟୁ ରହସ୍ୟ ? ପୁରୀ ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

64

କନକ ବ୍ୟୁରୋ: ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ କାହିଁକି କଲେ ଆତ୍ମହତ୍ୟା? ତାଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଆଉ ଏହି ସନ୍ଦେହକୁ ବଢାଇ ଦେଇଛି ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆ ସେ କରିଥିବା ପୋଷ୍ଟ ଓ ଭିଡିଓ । କାହାର ନାଁ ନନେଇ ତାଙ୍କୁ ଅସମ୍ମାନିତ କରାଯାଉଥିବା କଥା ଭିଡିଓରେ କହିଥିଲେ ବିଜେଡି ନେତା । କେବଳ ସେତିକି ନୁହେଁ ରାଜନୈତିକ କାରଣରୁ ତାଙ୍କ ପରିବାରରେ ସମସ୍ୟା ଲାଗି ରହୁଥିବା କଥା କହିଥିଲେ । ଆଉ ତାଙ୍କ ମୋବାଇଲରୁ ହିଁ ମୃତ୍ୟୁର ରହସ୍ୟ ମିଳିବ ବୋଲି ଅନୁମାନ କରାଯାଉଛି ।

  • ରହସ୍ୟ ଘେରରେ ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ
  • ମୃତ୍ୟୁପୂର୍ବରୁ  ଚର୍ଚ୍ଚାରେ ସୋସିଆଲ ମିଡିଆର ଭିଡିଓ

ପୁରୀ ଜିଲ୍ଲା ଗୋପ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଏବେ ଚର୍ଚ୍ଚାରେ ।  ଗତ ୪ ଦିନ ତଳେ ନିଜ ଫେସବୁକରେ ଏକ ଭିଡିଓ ଅପଲୋଡ କରିଥିଲେ ଧର୍ମେନ୍ଦ୍ର । ଧର୍ମର ହେଉ ଜୟ ଲେଖିବା ସହ ଏହି ଭିଡିଓ ସେ ଅପଲୋଡ କରିଥିଲେ । ରାଜନୈତିକ କାରଣରୁ ତାଙ୍କ ପରିବାରରେ ସମସ୍ୟା ହୋଇଥିବା ସେ କହିଥିଲେ । ଆଉ ଶନିବାର ସକାଳେ ତାଙ୍କ ଭୁବନେଶ୍ୱର ବାସଭବନର ପୋର୍ଟିକୋରୁ ଝୁଲନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ ।

ରାତି ୧୨ ଟା ୧୩ ମିନିଟ ସମୟରେ  ଘରର ପୋର୍ଟିକୋରେ ଥିବା ଗୋଟିଏ ଗାଡି ଉପରେ ଚଢି ଧର୍ମେନ୍ଦ୍ର ସାହୁ ଇଲେକଟ୍ରିକ ବଲ୍ୱ ଖୋଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହାପରେ ନିଜ ଗାଡି ଉପରେ ଚଢୁଛନ୍ତି ଧର୍ମେନ୍ଦ୍ର । ସେତେବେଳକୁ ସମୟ ହୋଇଥାଏ ରାତି ୨ ଟା ବାଜି ୪୮ ମିନିଟ  । ଆଉ ସକାଳୁ ଆସିଥିଲା ତାଙ୍କ ଆତ୍ମହତ୍ୟାର ଖବର ।

  • ରହସ୍ୟ ଘେରରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ
  • ଫେସବୁକ ପୋଷ୍ଟ ଓ ଭିଡିଓ ବଢାଇଲା ସନ୍ଦେହ

ଧର୍ମେନ୍ଦ୍ର ତାଙ୍କ ଫେସବୁକରେ କରିଥିବା ପୋଷ୍ଟ  ଅନେକ ରହସ୍ୟ ସୃଷ୍ଟି କରିଛି । ତାଙ୍କ ସମର୍ଥକ ଓ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ସାଂଘାତିକ । ଏହାରି ଭିତରେ କ୍ୟାପିଟାଲ ହସପିଟାଲ ଯାଇ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।

ସେପଟେ ଧର୍ମେନ୍ଦ୍ରଙ୍କ ମୋବାଇଲୁ ଜବତ କରିଛି ପୁଲିସ । ଆଉ ଏହି ମୋବାଇଲରୁ ସତ ପଦାକୁ  ଆସିବ ବୋଲି ଅନୁମାନ କରାଯାଉଛି ।  ମୃତ୍ୟୁକୁ ନେଇ ପୋଲିସର ତଦନ୍ତ ଚାଲିଥିବାବେଳେ ଧର୍ମେନ୍ଦ୍ରଙ୍କ ଘର ପୋଟିକରେ ଥିବା ଏକ ଫୁଲକୁଣ୍ଡ ତଳୁ ମିଳିଛି ୫ଶହ ଟଙ୍କିଆ ବଣ୍ଡଲ । ଜବତ ଟଙ୍କା ୩୬ ହଜାର ବୋଲି ପୋଲିସ ସୂଚନା ଦେଇଛି । ତେବେ ଏ ଟଙ୍କା କେଉଁଠୁ ଆସିଲା, କିଏ ଏହି ସ୍ଥାନରେ ରଖିଛି ତାହା ଏବେବି ଅସ୍ପଷ୍ଟ ରହିଛି ।