ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ହଜାର ଭ୍ୟାକସିନ ପଠାଇଛି ଭାରତ ।

99

କନକ ବ୍ୟୁରୋ : ଭାରତ ମିତ୍ର ଦେଶ ଗୁଡିକୁ କରୋନା ଟିକା ମାଗଣା ଯୋଗାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋମିନିକାକୁ ମଧ୍ୟ ଭ୍ୟାକସିନ ଯୋଗାଇ ଦେଇଛି ଭାରତ । ଡୋମିନିକାକୁ ୩୫ହଜାର ଟିକା ପଠାଇଛନ୍ତି ଭାରତ ସରକାର । ଏହି ୩୫ହଜାର ଟିକା ଡୋମିନକର ଅଧା ଜନସଂଖ୍ୟାକୁ ଟିକାକରଣ କରିବାରେ ସଫଳ ହେବ । କାରଣ ଡୋମିନିକାର ମୋଟ ଜନସଂଖ୍ୟା ୭୨ହଜାର ।

ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ତାଙ୍କୁ ଏତେଶୀଘ୍ର କରୋନା ଟିକା ମିଳିବ ବୋଲି ସେ ଆଶା କରିନଥିବା କହିଛନ୍ତି । ମଙ୍ଗଳବାର ଦିନ ଏହି ଦେଶକୁ କରୋନା ଟିକା ଯୋଗାଇଥିଲା ଭାରତ । ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ନିଜେ ବିମାନ ବନ୍ଦରକୁ ଆସି ଏହାକୁ  ଗ୍ରହଣ କରିଥିଲେ ।