ଉତ୍ତରପ୍ରଦେଶରେ ଗୁଣ୍ଡାରାଜ । କାସଗଂଜରେ ବେଆଇନ ମଦ କାରଖାନାରେ ଚଢାଉ ବେଳେ ପୋଲିସ ଟିମ ଉପରେ ଆକ୍ରମଣ ଘଟଣାରେ କନଷ୍ଟେବଳ ସହିଦ 

63

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାସଗଞ୍ଜ ଅଂଚଳରେ ମଙ୍ଗଳବାର ରାତିରେ ପୋଲିସ ଟିମ ଉପରେ ଆକ୍ରମଣ ହୋଇଛି । ସମ୍ପୃକ୍ତ ଅଂଚଳରେ ଥିବା ଏକ ବେଆଇନ ମଦ କାରଖାନା ସହ ଲିଙ୍କ ଅଭିଯୋଗରେ ଜଣଙ୍କୁ ୱାରେଂଟ ଦେବା ପାଇଁ ଯାଇଥିବା ବେଳେ ଜଣେ କନଷ୍ଟେବଳ ଓ ସବ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିଲେ ମଦ ମାଫିଆ ।

କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଟିମ ଦୀର୍ଘ ସମୟ ଧରି ନଫେରିବା ପରେ ଆଉ ଏକ ପୋଲିସ ଟିମ ସେଠାକୁ ଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଘଟଣା ପରେ ପୁଲିସ ଏନକାଉଁଟରରେ ନିହତ ହୋଇଛି ମାଷ୍ଟରମାଇଣ୍ଡର ଭାଇ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି । ସେପଟେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।