ରାଜ୍ୟରେ ବଢୁଛି ଥଣ୍ଡା,କାଶ, ଜ୍ୱର । ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ । ଚିଠି ଲେଖି ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

131

କନକ ବ୍ୟୁରୋ: ରାଜ୍ୟରେ ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୫୯ ଜଣ ଏଚ୍୩ଏନ୍୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି । ଏହି ଭୂତାଣୁରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ କିଛି ରାଜ୍ୟରେ କରୋନା ମାମଲାରେ ମଧ୍ୟ ବୃଦ୍ଧି ହୋଇଛି । ଏପଟେ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସପିଟାଲ୍ ଗୁଡିକୁ ଚିଠି ଲେଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସମସ୍ତ ମେଡିକାଲ୍ କଲେଜର ଅଧିକ୍ଷକ, କ୍ୟାପିଟାଲ୍ ହସପିଟାଲ୍ର ନିର୍ଦ୍ଦେଶକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ସଂକ୍ରମଣରେ ବ୍ରେକ ଦେବା ସହ କରୋନାର ଆଉ ଏକ ୱେଭରୁ ବର୍ତିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଦେଇଥିବା ଚିଠିରେ କୁହାଯାଇଛି…

  • ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସଂପର୍କରେ ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରାଯାଉ
  • ସର୍ଭେଲାନ୍ସ ବଢ଼ାଇବା ସହ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଉ
  • ଆବଶ୍ୟକ ପଡ଼ିଲେ ଆକ୍ରାନ୍ତଙ୍କ ନମୁନା କରୋନା ପରୀକ୍ଷା ପାଇଁ ପଠାଯାଉ
  • ଫିଭର କ୍ଲିନିକ ଚାଲୁରଖିବା ସହ କରୋନା ଟେଷ୍ଟ ପାଇଁ ବ୍ୟବସ୍ଥା ରହୁ
  • କରୋନା ମାମଲା ବୃଦ୍ଧି ଉପରେ ନଜର ରଖିବା ସହ ଟେଷ୍ଟ, ଟ୍ରାକ୍, ଟ୍ରିଟମେଂଟ, ଟିକାକରଣ ଓ କରୋନା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉ
  • କରୋନା ନେଗେଟିଭ୍ ଥିବା ସତ୍ୱେ ସ୍ୱାସ୍ଥ୍ର୍ୟାବସ୍ଥା ଅଧିକ ବିଗିଡିଲେ ନମୁନା ଭୁବନେଶ୍ୱର ସ୍ଥିତ ଆରଏମଆସିକୁ ପଠାଯାଉ
  • ଇନଫ୍ଲୁଏଞ୍ଜା-ଏ ପରୀକ୍ଷା ପାଇଁ ଆରଟିପିସିଆର୍ ଟେଷ୍ଟ କିଟ୍ ମଗାଇବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ
  • ହାତ ଧୋଇବା ଓ କରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରାଯାଉ
  • ଔଷଧ, ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖାଯାଉ