ସମଲିଙ୍ଗୀ ବିବାହ ମାମଲା : ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ; ଆଇନ ମାନ୍ୟତା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର

103

କନକ ବ୍ୟୁରୋ : ସମଲିଙ୍ଗୀ ବିବାହ ମାମଲାର ଆଜି ଶୁଣାଣି କରିବେ କେନ୍ଦ୍ର ସରକାର । କିନ୍ତୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ବିବାହ କହିଲେ ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଅପରିହାର୍ଯ୍ୟ ବୋଲି ବୁଝାଯାଏ ।

ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ବିବାହର ଅବଧାରଣା ହୋଇ ରହିଆସିଛି । ଏହାକୁ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବଦଳାଇବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ସମ୍ପର୍କ ଆଇପିସିର ଧାରା ୩୭୭ ଅନୁଯାୟୀ ଅପରାଧ ନୁହେଁ । ସମଲିଙ୍ଗୀ ସମ୍ପର୍କ ବୈଧ ଘୋଷଣା ପରେ ବିବାହକୁ ଆଇନରେ ମାନ୍ୟତା ଦେବାକୁ ଏଲଜିବିଟି-କ୍ୟୁ କମ୍ୟୁନିଟି ଦାବି କରୁଛନ୍ତି । ସମଲିଙ୍ଗୀ ବିବାହ ପାଇଁ ବିଭିନ୍ନ କୋର୍ଟରେ ଆବେଦନ କରାଯାଇଛି । ସବୁ ଆବେଦନକୁ ସ୍ଥାନାନ୍ତର କରିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କହିଥିଲେ ।