କମିବ ଦେଶର ଜନସଂଖ୍ୟା। ଦେଶରୁ କମିଯିବ ୪୧ କୋଟି ଜନସଂଖ୍ୟା। 

1,034

କନକ ବ୍ୟୁରୋ:  ଆଉ ମ।ତ୍ର ୭୮ବର୍ଷ ଭିତରେ ଦେଶରୁ କମିଯିବ ୪୧ କୋଟି ଜନସଂଖ୍ୟା । ଏହି ରିପୋର୍ଟ ଦେଇଛି ମିଳିତ ଜାତିସଂଘର ଜନସଂଖ୍ୟା ବିଭାଗ । ଷ୍ଟାନଫୋର୍ଟ ଅଧ୍ୟୟନରେ ଦର୍ଶାଯାଇଛି ଯେ ଜନସଂଖ୍ୟା ବୃଦ୍ଧି ହ୍ରାସ ପାଇଲେ ସ୍ଥିର ହୋଇଥିବା ଜନସାଧାରଣଙ୍କ ଜ୍ଞାନ ଓ ଜୀବନଧାରଣା କ୍ରମଶ ଅପସରିଯିବ । ଏହା ଏକ କ୍ଷତିକାରକ ସଂଙ୍କେତ ମଧ୍ୟ । ଆଗାମୀ ବର୍ଷରେ ଦେଶର ଜନସଂଖ୍ୟା କମିବ । ଭାରତ ଓ ଚୀନ ମଧ୍ୟରେ ଜନସଂଖ୍ୟା ଏବେ ଏକା ଭଳି ମନେ ହେଉଥିଲେ ବି ଉଭୟ ଦେଶର ଜନବହୁଳତା ବା ସାନ୍ଦ୍ରତାରେ ବିଶେଷ ପାର୍ଥକ୍ୟ ରହିଛି । ୨୧୦୦ ବେଳକୁ ଦେଶରେ ଜନସଂଖ୍ୟା ଖସି ଆସିବ । ଏହାର ମୁଖ୍ୟ କାରଣ ସନ୍ତାନ ଜନ୍ମଗ୍ରହଣ ହ୍ରାସ ବୋଲି ରିପୋର୍ଟରେ କୁହାଯାଇଛି ।