ସାରା ଓଡିଶାରେ କମିଲା ତାତି ! କାଳବୈଶାଖୀ ପ୍ରଭାବରେ କମିଲା ତାତି

ଦୀର୍ଘ ଦିନ ପରେ ସାରା ଓଡ଼ିଶାରେ ପାରଦ କମିଛି

231
କନକ ବ୍ୟୁରୋ : ଦୀର୍ଘ ଦିନ ପରେ ସାରା ଓଡ଼ିଶାରେ ପାରଦ କମିଛି। କେବଳ ସୋନପୁରରେ ପାରଦ ୪୧.୨ଡିଗ୍ରି ଛୁଇଁ ଥିବାବେଳେ ବାକି ଓଡ଼ିଶାରେ ପାରଦ ୪୦ଡିଗ୍ରି ଛୁଇଁଛି। ଏପରିକି ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ୩୧ଡିଗ୍ରିକୁ ଖସି ଆସିଛି। କେବଳ ଏତିକି ନୁହେଁ ୧୦ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ କେବଳ ସୋନପୁରରେ ୪୦ଡିଗ୍ରି ଟପିଛି।
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ହଠାତ୍ ୧୦ରୁ ୧୨ଡିଗ୍ରି କମିଥିବାବେଳେ ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାରୁ ତାପମାତ୍ରା କମିଛି। ଆସନ୍ତା ଦୁଇ ଦିନ ଏହିପରି ପାଗ ରହିବ। ସାରା ରାଜ୍ୟରେ ପାରଦ ୪୦ଡିଗ୍ରି ତଳେ ରହିବ। ସମ୍ବଲପୁର, ହୀରାକୁଦ, ଭବାନିପାଟଣା, ବଲାଙ୍ଗୀର, ଫୁଲବାଣୀ, ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୫ଡିଗ୍ରି ଟପିନଥିବା ବେଳେ କୋରାପୁଟରେ ତାପମାତ୍ରା ୨୬.୬ଡିଗ୍ରି ଥିଲା।
ସେହିପରି ଭବାନିପାଟଣାରେ ସର୍ବାଧିକ ୬୦ମିମି ବର୍ଷା ହୋଇଥିବାବେଳେ ପାରାଦୀପରେ ୪୮.୫ମିମି, ଚାନ୍ଦବାଲିରେ ୩୨.୪ମିମି, କୋରାପୁଟରେ ୨୫ମିମି, ବାରିପଦାରେ ୧୩ମିମି, ଗୋପାଳପୁର ୧୪.୪ମିମି, ଟିଟିଲାଗଡ଼ରେ ୧୯ମିମି, ସୋନପୁରରେ ୧୦.୮ମିମି ବର୍ଷା ହୋଇଛି।