ଆହୁରି ତାତିବ ଓଡ଼ିଶା । ଦିନରେ ୩ ଡିଗ୍ରୀ ବଢ଼ିପାରେ ପାରଦ ।

229

କନକ ବ୍ୟୁରୋ: ଆଗକୁ ଆହୁରି ତାତିବ ଓଡିଶା । ୩ ଡିଗ୍ରୀ ବଢିପାରେ ଦିନର ସର୍ବୋଚ୍ଚ ତାପମାତ୍ରା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ଏନେଇ ଆକଳନ କରିଛି ଆଂଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାର ଅଧିକାଂଶ ସହରର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳ ଓ ଉତ୍ତର ଓଡିଶାର ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ଛୁଇଁବ ।

ଅନ୍ୟପଟେ ୨୪ ଘଂଟାରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ହାଲୁକା ବର୍ଷା ସାଙ୍ଗକୁ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।