ଅଟୋ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତଦେହ ରଖି କ୍ଷତିପୂରଣ ଦାବି କଲା ଅଟୋ ଚାଳକ ସଂଘ ।

93

କନକ ବ୍ୟୁରୋ: ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ସହ ନ୍ୟାୟ ଦାବି କରିଛି ଅଟୋ ଚାଳକ ସଂଘ । ଜୟପୁର ଟାଉନ ଥାନା ସମ୍ମୁଖରେ ଶବ ରଖି ନ୍ୟାୟ ମାଗିଛନ୍ତି ଅଟୋ ଚାଳକ ମାନେ । ମଙ୍ଗଳବାର କୋରାପୁଟର ପୋଡ଼ାଗଡ଼ଠାରେ ଏକ ଘରୋଇ ବସର ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ଗୁରୁତର ହୋଇଥିଲେ । ମୃତ ବ୍ୟକ୍ତି ହେଲେ ଜୟପୁର ସହରର ସୂର୍ଯ୍ୟ ନାରାୟଣ ରଥ । ଘରର ଏକମାତ୍ର ରୋଜଗାରିଆ ଥିଲେ ସୂର୍ଯ୍ୟ । ତାଙ୍କ ମୃତ୍ୟୁ ପରେ ନା ଗାଡ଼ି ମାଲିକ ସହାୟତା ଦେଇଛନ୍ତି ନା ପ୍ରଶାସନ ପରିବାରର ଦୁଃଖ ବୁଝିଛି । ତେଣୁ ବାଧ୍ୟ ହୋଇ ଥାନା ଆଗରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ଅଟୋ ଚାଳକ ସଂଘର କର୍ମକର୍ତା ।