ଜାମ୍ମୁକାଶ୍ମୀରରେ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା । ଘାଟିରେ ପୁଣି ଉତ୍ତେଜନା ।

107

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ହତ୍ୟା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୁଚନା ଅନୁସାରେ,  ଗୋପାଲପୋରା ଅଂଚଳରେ ଥିବା ହାଇସ୍କୁଲରେ ମଙ୍ଗଳବାର ସକାଳେ ଆତଙ୍କବାଦୀ ପଶି ଶିକ୍ଷୟତ୍ରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଡାକ୍ତରଖାନା ଅଣାଯାଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଶିକ୍ଷୟତ୍ରୀ ନାଁ ରଜନୀ ଓ ସେ ଜଣେ କଶ୍ମୀର ପଣ୍ଡିତ ବୋଲି ଜଣାପଡିଛି ।

ଘଟଣା  ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି କାଶ୍ମିରୀ ପଣ୍ଡିତ । କିଛି ଦିନ ପୂର୍ବରୁ ଜାମ୍ମୁକଶ୍ମୀର ବଡଗାମରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ତହସିଲ ଅଫିସ ପରିସର ପଶି ହତ୍ୟା କରିଥିଲେ ।ଏହା ପରେ ପୁଲୱାମରେ ଆତଙ୍କବାଦୀ ପୁଲିସକର୍ମୀ ରିଆଜ ଅହମଦ ଠାକରେଙ୍କୁ ଗୁଳି କରି ହତ୍ୟା କରିଥିଲେ । ବାରମ୍ବାର କଶ୍ମୀର ପଣ୍ଡିତ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ଘାଟିରେ ପୁଣି ଉତେଜନା ଦେଖାଦେଇଛି ।