ଯୁଦ୍ଧରେ ଥରୁଛି ୟୁକ୍ରେନ। ୯୭ ଦିନ ପରେବି ଋଷର ଜୋରଦାର ଆକ୍ରମଣ ।

129

କନକ ବ୍ୟୁରୋ: ୯୭ଦିନର ଯୁଦ୍ଧରେ ଥରୁଛି ୟୁକ୍ରେନ । ରୁଷର ଆକ୍ରମଣରେ ଛାରଖାର ହୋଇଛି ପୂରାଦେଶ । ୟୁକ୍ରେନର ସୈନ୍ୟ ଠିକଣା ଉପରେ ରୁଷର ଅର୍ଟିନାରୀ ଟ୍ୟାଙ୍କ ଦ୍ୱାରା ଆକ୍ରମଣ ଜାରିରହିଛି । କେବଳ ଏତିକି ନୁହେଁ ୟୁକ୍ରେନ ଉପରେ କ୍ରୁଜ ମିସାଇଲ ମାଡ କରୁଛି ରୁଷ । ଆକ୍ରମଣରେ ସେନା ଗାଡି ଧ୍ୱଂସବିଧ୍ୱଂସ୍ତ ହୋଇଛି । ଆଣ୍ଟିଂ ଟ୍ୟାଙ୍କ ଗାଇଡେଡ ମିସାଇଲ ସହ ୟୁକ୍ରେନ ସେନାର ପାଲଟା ଜବାବ ଦେଉଛି । ୟୁକ୍ରେନସେନାର ଆକ୍ରମଣରେ ରୁଷର ବ୍ୟାପକ କ୍ଷୟକ୍ଷତି ସହିଛି । ବେଲାଗାରୋଡ ଖାରସନ, ଡୋନେସ୍କରେ ରୁଷ-ୟୁକ୍ରେନ ସେନା ମଧ୍ୟରେ ବଡ ସଂର୍ଘଷ ହୋଇଛି । ରୁଷର ବିଏମପି-୩ ଟ୍ୟାଙ୍କକୁ ଧ୍ୱଂସ କରିଛି ୟୁକ୍ରେନ । ସୂଚନା ଅନୁୂସାରେ ପୂର୍ବ ୟୁକ୍ରେନକୁ ସମ୍ପୂର୍ଣ୍ଣ କବଜାକୁ ନେଇ ସାରିଛି ରୁଷ ସେନା ।

ହଣ୍ଟ ଟୁ କିଲ ମିସନରେ ରୁଷ ସେନାର ଏଲିଟ କମାଣ୍ଡର ସାମିଲ ଅଛନ୍ତି । ଏହି କମାଣ୍ଡୋମାନେ ସହାରାଂଚଳ ଯୁଦ୍ଧ, ଆମ୍ବୁସ, କେମିକାଲ ଓ ବାୟୋଲୋଜିକାଲ ୱାରଫେୟାର ପାରଙ୍ଗମ । ସେପଟେ ୟୁକ୍ରେନ ଗୁଇନ୍ଦା ଏଜେନ୍ସି ସୂଚନା ପାଇବା ମାତ୍ରକେ ଜେଲେନ୍ସି ଓ ତାଙ୍କ ପରିବାରର ସୁରକ୍ଷା କଡାକଡି କରାଯାଇଥିବା କୁହାଯାଇଛି । ବର୍ତମାନ ଜେଲେନ୍ସି କିଭରେ ଥିବାବେଳେ ତାଙ୍କ ପରିବାର ପୋଲାଣ୍ଡସ୍ଥିତ ଆମେରିକା ଦୂତବାସରେ ସୁରକ୍ଷିତ ଅଛନ୍ତି ।
ସେପଟେ ୟୁକ୍ରେନକୁ ସମର୍ଥନ କରୁଥିବା ଦେଶ ଗୁଡିକକୁ ବାରମ୍ବାର ଧମକ ଓ ଚେତାବନୀ ଦେଇଆସୁଛି ରୁଷ । ପୁଟିନଙ୍କ ଟାର୍ଗେଟରେ ସବୁଠୁ ଆଗରେ ରହିଛି ଆମେରିକା ଓ ପୋଲାଣ୍ଡ । ଯୁଦ୍ଧ ଭିତରେ ଆମେରିକାକୁ ଧମକ ଦେଇଛି ରୁଷ । ଆମେରିକା ଉପରେ ନ୍ୟୁକ୍ଲିୟର ଆକ୍ରମଣ ଧମକ ଦେଇଛନ୍ତି ରୁଷୀୟ ସାଂସଦ ଜୁରାବଲେବ ।

କଳେବଳେ କୌଶଳ ୟୁକ୍ରେନକୁ ପୂରା କବଜା କରିବାକୁ ଯଥା ସମ୍ଭବ ପ୍ରୟାସ କରୁଛି ରୁଷ । ତେବେ ଯୁଦ୍ଧକୁ ୧୦୦ଦିନ ପୁରିବାକୁ ବସିଥିଲେ ବି ପୁଟିନବାହିନୀ ଏଥିରେ ସମ୍ପୁର୍ଣ୍ଣ ସଫଳ ହୋଇପାରିନି । ତେଣୁ ଦିନକୁ ଦିନ ଉଗ୍ର ହେଉଛି କ୍ରେମଲିନ ଓ ଯୁଦ୍ଧର ସ୍ଥିିତି ଭୟଙ୍କର ହେବାରେ ଲାଗିଛି ।