ସିଦ୍ଧୁ ମୁସେୱାଲାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ। ହତ୍ୟାର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାର୍, ଲରେନ୍ସ ବିଷ୍ନୋଇଙ୍କ ସର୍ମ୍ପକରେ ଅଧିକ ତଥ୍ୟ ପଢନ୍ତୁ …

247

କନକ ବ୍ୟୁରୋ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରାଦେଶରେ ଚହଳ ସୃଷ୍ଟି କରିଛି । ଶନିବାର ପଞ୍ଜାବ ସରକାର ସିଦ୍ଧୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେଇଥିଲେ । ଏବଂ ରବିବାର ଗାୟକ ସିଦ୍ଧୁଙ୍କ ଅଚାନକ ହତ୍ୟା କରାଯାଇଥିଲା । ଘଟଣା ପଛରେ ରହିଛି ଏକ ବଡଧରଣର ଷଡଯନ୍ତ୍ର । ତେବେ ଏହି ଷଡଯନ୍ତ୍ରର ଚେର ଦିଲ୍ଲୀ ତିହାର ଜେଲରୁ କାନାଡା ଯାଏଁ ଲମ୍ବିଥିବା ପୁଲିସ ସ୍ପଷ୍ଟ କରିଛି । କାନାଡାରୁ କୁକ୍ଷାତ ଅପରାଧୀ ଗୋଡ୍ଲି ବ୍ରାର୍ ନିର୍ଦ୍ଦେଶ କ୍ରମେ ତିହାର ଜେଲରୁ ହତ୍ୟାର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ସହେଯାଗୀ ତଥା ଆଉ ଏକ ପେଶାଦାର ଅପରାଧୀ ଲରେନ୍ସ ବିଷ୍ନୋଇ । ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର୍ । ତେବେ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଗୋଲ୍ଡି କାନାଡାରେ ଥିବା ବେଳେ ସହଯୋଗୀ ଲରେନ୍ସ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି ।

ତେବେ ଆସନ୍ତୁ ଜାଣିବା ଏହି ଦୁଇ କୁକ୍ଷାତ ଅପରୀଧୀଙ୍କ ସର୍ମ୍ପକରେ ଅଧିକ ତଥ୍ୟ ।

ଲରେନ୍ସ ବିଷ୍ନୋଇ
• ପଞ୍ଜାବ ଫିରୋଜପୁରରେ ଜନ୍ମିତ ଏକ କୁଖ୍ୟାତ ଅପରାଧୀ
• ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି
• ପଞ୍ଜାବ ୟୁନିଭରସିଟିରୁ ଆଇନରେ ସ୍ନାତକ ଡୀଗ୍ରୀ ହାସଲ କରିଛି ଲରେନ୍ସ
• ଗାୟକ ଓ ଅଭିନେତାଙ୍କ ଠାରୁ ବଟି ଆଦାୟ କରିବା ଲରେନ୍ସଙ୍କ ମୁଖ୍ୟ କାମ
• ଏହା ଛଡା ବେଆଇନ ମଦ ବ୍ୟବସାୟ, ଜମି ହଡପ କରିବା, କଣ୍ଟ୍ରାକ୍ଟ କିଲିଂ ଓ ବିବାଦ ସମାଧାନ ମଧ୍ୟମରେ ଟଙ୍କା ଆଦାୟ

ଶତିନ୍ଦର ସିଂ ଓରଫ ଗୋଲ୍ଡି ବ୍ରାର୍
• ପଞ୍ଜାବ ଫରିଦକୋଟରେ ଜନ୍ମ ଗହଣ କରିଥିବା ଜଣେ କୁଖ୍ୟାତ ଅପରାଧୀ
• ନେତା, ଅଭିନେତା, ଗାୟକ, ଓ ଧନୀକ ଶ୍ରେଣୀର ଲୋକଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରିବା ଗୋଲ୍ଡିର ମୁଖ୍ୟ କାମ
• ଗୋଲ୍ଡି ବ୍ରାର୍ ନାରେ ଫରିଦକୋଟ ଜିଲ୍ଲା କଂଗ୍ରେସ ସଭାପତିଙ୍କ ହତ୍ୟା ଅଭିଯୋଗ ରହିଛି ।
• କଂଗ୍ରେସ ସଭାପତିଙ୍କ ହତ୍ୟାପରଠୁ ଗୋଲ୍ଡି ବ୍ରାର୍, ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଛି
• କାନାଡାରେ ଥାଇ ମଧ୍ୟ ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ହିମାଚଲ ପ୍ରଦେଶରେ ଥିବା ଗ୍ୟାଙ୍ଗକୁ ଅପରେଟ କରୁଛି ଗୋଲ୍ଡି ବ୍ରାର୍

ଏହି ଦୁଇ ଅପରାଧୀଙ୍କ ନାଁରେ ହତ୍ୟା, ଲୁଟ, ବଟି ଆଦାୟର ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି । ଲରେନ୍ସ ବିଷ୍ନୋଇ ବଲିଉଡ ତାରକା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇସାରିଛି । ସେପଟେ ଏହି ହତ୍ୟା ଘଟଣାରେ ଆଉ ଦୁଇ କୁକ୍ଷାତ ଅପରାଧୀ କାଲା ଜଠେଡି ଓ କାଲା ରାଣାଙ୍କୁ ମଧ୍ୟ ପଚରଉଚୁରା ଆରମ୍ଭ କରୁଛି ପୁଲିସ । ସେପଟେ ମୁଖ୍ୟ ଅଭିଯୁକ୍ତଙ୍କ କେବେ ଗିରଫ କରୁଛିି ପୁଲିସ ତାକୁ ନେଇ ପ୍ରଶ୍ନ ଉଠିଛି ।