ମିଲର ଧାନ ଦେଇ ଚାଉଳ ନଦେଲେ ହେବ କଡ଼ା କାର୍ଯାନୁଷ୍ଠାନ ! ବୈଠକରେ ଚେତାବନୀ ଦେଲେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଧାନ ସଂଗ୍ରହରେ ସଠିକ ଦାୟିତ୍ୱ ନିର୍ବାହ କରୁନାହାନ୍ତି ଜିଲ୍ଲାପାଳ

97
କନକ ବ୍ୟୁରୋ : ଚଳିତବର୍ଷ  ୫୫ ଲକ୍ଷ ଟନ୍ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।  ଆସନ୍ତା ୫ ତାରିଖରୁ  ପ୍ରଥମେ କଳାହାଣ୍ଡି, କୋରାପୁଟରୁ ଧାନସଂଗ୍ରହ ହେବେ ।  ସମବାୟ ବ୍ୟାଙ୍କରେ ଖାତା ଥିଲେ  ଚାଷୀଙ୍କୁ ୪୮ ଘଂଟା ଭିତରେ ଧାନର ଉଚିତ ପ୍ରାପ୍ୟ ଚେକ୍ ମାଧ୍ୟରେ ମିଳିବ । ଅନ୍ୟ ବ୍ୟାଙ୍କରେ ଆକାଂଉଟ ଥିଲେ  ୭୨ ଘଂଟା ଲାଗିବ ।  ମିଲର ଯେତିକି କସନମନି  ଜମା କରିବେ ତାର ଛଅଗୁଣା ଅଧିକ ଧାନ ଦିଆଯିବ ।  ମିଲର ଚାଉଳ ସଠିକ ସମୟରେ ନଦେଲେ ସମସ୍ତ ସୁବିଧା ପ୍ରତ୍ୟାହାର କରାଯିବ ।  ପରବର୍ତ୍ତୀ ସମୟରେ ତାଙ୍କୁ ଧାନ ଦିଆଯିବ ନାହିଁ ।
ମିଲର ଧାନ ଦେଇ ଚାଉଳ ନ ଦେଲେ କାର୍ଯାନୁଷ୍ଠାନ ହେବ । ଆଜି ଭୁବନେଶ୍ୱରର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।  ଆଜି ମନ୍ତ୍ରୀ ଭୁବନେଶ୍ୱରରେ  ଏ ନେଇ ବୈଠକ କରିଥିଲେ । ଏହାସହ ସୂର୍ଯ୍ୟ ନାରାୟଣ ପାତ୍ର ଧାନ ସଂଗ୍ରହରେ ସଠିକ ଦାୟିତ୍ୱ ନିର୍ବାହ କରୁନାହାନ୍ତି ଜିଲ୍ଲାପାଳ । ସମସ୍ତ ଜିଲ୍ଲାପାଳଙ୍କୁ ତାଗିଦ କଲେ ଯୋଗାଣ ଓ ସମବାୟ ମନ୍ତ୍ରୀ । ବୈଠକରେ କେନ୍ଦ୍ରାଂଚଳ ଆରଡିସି, ୧୦ ଜିଲ୍ଲାର ଜିଲ୍ଲାପାଳ,  ଯୋଗାଣ ଅଧିକାରୀ ଓ ସମବାୟ ସଚିବ ଉପସ୍ଥିତ ଥିଲେ ।  ଗତକାଲି ବି ଖରିଫ ଧାନ ସଂଗ୍ରହ ନେଇ ଉତରାଂଚଳ ଜିଲ୍ଲାପାଳଙ୍କ ସହ ବି ବୈଠକ ହୋଇଥିଲା ।