ଖୋଲିଲା ଶିମିଳିପାଳ ଅଭୟାରଣ୍ୟ : ଭିତରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ

171

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଆଜି ପ୍ରଥମ ଦିନରେ ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଜଶିପୁର କାଳିଆମି ଗେଟ୍ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ପର୍ଯ୍ୟଟକ ।

ପ୍ରଥମ ଦିନରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ପ୍ରାକୃତିକ ପରିବେଷକୁ ଉପଭୋଗ କରିଛନ୍ତି । ପ୍ରତିଦିନ ପିଠାବଟା ଦେଇ ୨୫ ଓ କାଳିଆମି ଦେଇ ୩୫ଟି ଗାଡିକୁ ଅନୁମତି ମିଳିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତୁପକ୍ଷ ସୂଚନା ଦେଇଛନ୍ତି ।

ତେବେ ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି । ଅଭୟାରଣ୍ୟ ଭିତରେ ବରେହିପାଣି, ବହଲା, ଯୋରନ୍ଦା, ଉସ୍କି ଜଳପ୍ରପାତ ରହିଛି ।

similipal

 

ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାରର ପକ୍ଷୀ ବି ଦେଖିପାରିବେ । ବନ ବିଭାଗ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସବୁ ବ୍ୟବସ୍ଥା ରହିଛି ।