ସୁନ୍ଦରଗଡ : ସୋରଡା ଜଙ୍ଗଲରେ ଗୁଳି ବିନିମୟ,ପୋଲିସ ଗୁଳିରେ ୨ ପିଏଲଏଫଆଇ ସଦସ୍ୟ ମୃତ

17

କନକ ବ୍ୟୁରୋ : ସୁନ୍ଦରଗଡ ସୋରଡା ଜଙ୍ଗଲରେ ଗୁଳି ବିନିମୟ । ପଂଚାୟତ ନିର୍ବାଚନ ପìର୍ବରୁ ଏକ ବଡ଼ ଧରଣର ହମଲାର ଯୋଜନାକୁ ପଣ୍ଡ କରିଛି ରାଉରକେଲା ପୋଲିସ । ପୋଲିସ ଗୁଳିରେ ୨ ପିଏଲଏଫଆଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ୧୫ ଜଣ ଆହତ ହୋଇଛନ୍ତି । ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି । ନିର୍ବାଚନ ସମୟରେ ହମଲା ଯୋଜନା କରୁଥିବା ପିଏଲ୍ଏଫ୍ଆଇର ଏକ ୧୨ ଜଣିଆ ସନ୍ଦିଗ୍ଧ ଦଳକୁ ଗିରଫ କରିଛି ପୋଲିସ ।

ଗତକାଲି ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଶୁକ୍ରା ରିଜର୍ଭ ଫରେଷ୍ଟ ଅଂଚଳରେ କମ୍ପିଂ ଅପରେସନ୍ କରାଯାଇଥିଲା । ଏହି ଅପରେସନ ବେଳେ ପିଏଲଏଫଆଇ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଘଟଣାସ୍ଥଳରୁ ଗୋଟିଏ ଏକେ ୪୭, ଏକ ଥ୍ରୀ ନଟ୍ ଥ୍ରୀ ରାଇଫଲ, ୭ଟି ବନ୍ଧୁକ, ୮ଟି ମାଗାଜିନ୍ , ମୋବାଇଲ ଫୋନ ଏବଂ କ୍ୟାମ୍ପରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି । ସେହି ଅଂଚଳରେ ଏବେ ବି ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।