ଶେଷ ହେଲା ଭୁବନେଶ୍ୱର ମେୟର ଭୋଟ୍ ଗଣତି । ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଏମସିର ନୂଆ ମେୟର ହେଲେ ସୁଲୋଚନା ।

539

କନକ ବ୍ୟୁରୋ: ବିଜେଡି କବଜା କଲା ଭୁବନେଶ୍ୱର ମେୟର ଆସନ । ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମହାନଗର ନିଗମର ନୂଆ ମେୟର । ଆଜି ପୌର ନିର୍ବାଚନ ଭୋଟ୍ ଗଣତି ଚାଲିଥିବାବେଳେ, ଭୁବନେଶ୍ୱର ମହାନଗର ନିଗମର ମେୟର ଆସନ ପାଇଁ ଭୋଟ୍ ଗଣତି ଶେଷ ହୋଇଛି । ଯେଉଁଥିରୁ ମିଳିଥିବା ସୂଚନା ମୁତାବକ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡଙ୍କୁ ହରାଇ ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ନିର୍ବାଚନରେ ଏଥର ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୧ ଲକ୍ଷ ୭୪ ହଜାର ୫୬୨ଟି ଭୋଟ୍ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥିନୀ ସୁନୀତି ମୁଣ୍ଡ୍ ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ୍ ପାଇଥିଲେ । କଂଗ୍ରେସ ପ୍ରାର୍ଥିନୀ ମଧ୍ୟ ୧୧ ହଜାର ୬ ଖଣ୍ଡ ଭୋଟ୍ ପାଇଛନ୍ତି ।