ମହିଳାଙ୍କ ଘରୁ ଉଦ୍ଧାର ହେଲା ୭ କୋଟିର ୭ ମୂର୍ତ୍ତି। ୧୦ ବର୍ଷ ପୂର୍ବେ ବିଭିନ୍ନ ମନ୍ଦିରରୁ ହୋଇଥିଲା ଚୋରୀ।

159

କନକ ବ୍ୟୁରୋ: ତାମିଲନାଡୁ ପୋଲିସର ଏକ ଟିମ ପ୍ରାଚୀନ ମୂର୍ତ୍ତି ସଂଗ୍ରହକର୍ତ୍ତାଙ୍କ ଘରୁ କୋଟି କୋଟି ଟଙ୍କାର ଚୋରୀ ହୋଇଥିବା ମୂର୍ତ୍ତି ଜବତ କରିଛି । ପାଖାପାଖି ୭ଟି ମୂର୍ତ୍ତି ଜବତ କରଯାଇଛି । ଅନ୍ତର୍ଜାତୀୟ ବଜାରରେ ଏହି ଏହି ମୂର୍ତ୍ତିର ଦାମ ସାତ କୋଟିରୁ ଅଧିକ ହେବ । ଶୋଭା ଦୁରୋରାଜନ ନାମକ ଜଣେ ମହିଳାଙ୍କ ଘରୁ ଏହି ସବୁ ମୂର୍ତ୍ତି ଉଦ୍ଧାର କରାଯାଇଛି । ଶୁଣିବାକୁ ମିଳୁଛି ଯେ ୧୦ ବର୍ଷ ପୂର୍ବରୁ ଅଲଗା-ଅଲଗା ମନ୍ଦିରରୁ ଏହି ମୂର୍ତ୍ତି ଚୋରୀ ହୋଇଥିଲା । ପୋଲିସର ଟିମ୍ ବର୍ତ୍ତମାନ ଏହି ମୂର୍ତ୍ତିକୁ ପୁଣିଥରେ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଠାରୁ ଚୋରୀ ହୋଇଥିଲା ମୂର୍ତ୍ତି ପୁଣି ସେହିସ୍ଥାନକୁ ଏହା ଫେରିଯିବ ।

ଡିସେମ୍ବର ୭ରେ ତଲାସି ଅଭିଯାନ ବେଳେ ଶୋଭା ଦୁରୋରାଜନଙ୍କ ଘରୁ ସାତ ମୂର୍ତ୍ତି ଉଦ୍ଧାର ହୋଇଥିଲା । ଶୋଭା କହିଥିଲେ, ସେ ୨୦୦୮ରୁ ୨୦୧୫ ମଧ୍ୟରେ ଦୀନଦୟାଲର ଅପର୍ଣ୍ଣା ଗ୍ୟାଲେରୀରୁ ଏହି ସବୁ ମୂର୍ତ୍ତିକୁ କିଣିଥିଲେ । ଶୋଭା ଏନେଇ ତାଙ୍କ ପାଖରେ ଥିବା ଦସ୍ତାବିଜ ମଧ୍ୟ ପୋଲିସ ଆଗରେ ଉପସ୍ଥାପନା କରିଥିଲେ । ଏଥିରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ରସିଦ ଏବଂ ଅନ୍ୟ ଦସ୍ତାବିଜ ରହିଛି ।