କରୋନା ନେଇ ରାଜ୍ୟ ସରକାରଙ୍କ ସୂଚନା: ପଢନ୍ତୁ ଓମିକ୍ରନକୁ ନେଇ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ?

170

କନକ ବ୍ୟୁରୋ: କରୋନାକୁ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖିରୋଦ କୁମାର ରାଉତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଲୋକମାନଙ୍କ ମନରେ ଓମିକ୍ରନକୁ ନେଇ ରହିଥିବା ଦ୍ୱନ୍ଦକୁ ନିଜ ଉତ୍ତରରେ ସେ ଦୂର କରିଛନ୍ତି । ତେବେ ପଢନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଖିରୋଦ କୁମାର ରାଉତ ।

ଭୂତାଣୁ ରୂପ ବଦଳାଇଲେ ସ୍ପାଇକ ପ୍ରୋଟିନରେ ପରିବର୍ତ୍ତନ ଦେଖାଯାଏ । ଓମିକ୍ରନରେ ୩୦ରୁ ଅଧିକ ସ୍ପାଇକ ପ୍ରୋଟିନରେ ପରିବର୍ତ୍ତନ ଆସିଛି । ଏମ ପ୍ରୋଟିନରେ ବି ମ୍ୟୁଟେସନ ଦେଖାଦେଇଛି । ପୂରା ଭୂତାଣୁରେ ୫୦ରୁ ଅଧିକ ପରିବର୍ତ୍ତନ ହୋଇଛି । ଓମିକ୍ରନ କ୍ଷେତ୍ରରେ ଆମିନୋ ଏସିଡ ବାହାରେ ପରିବର୍ତ୍ତନ ହୋଇଛି । କାର୍ବୋହାଇଡ୍ରେଟ, ଫ୍ୟାଟ ବି ବଦଳି ଥିବା ସୂଚନୀ ଦେଇଛନ୍ତି ବିଶେଷଜ୍ଞ । ଏହି ସବୁ କାରଣରୁ ଓମିକ୍ରନ ଶୀଘ୍ର ସଂକ୍ରମଣ କରୁଛି ।

ଓମିକ୍ରନ ଫୁସଫୁସ ଟିସୁରେ ଏତେ ପ୍ରଭାବ ପକାଉନି ଯେତେ ଡେଲଟା ପକାଉଥିଲା । ଯେଉଁମାନେ ବହୁ ବିଧି ଅଣ ସଂକ୍ରାମକ ରୋଗରେ ପିଡୀତ ଅଛନ୍ତି ସେମାନେ ଓମିକ୍ରନଠାରୁ ସତର୍କ ରହିବା ଦରକାର । ଟିକା ନେଉଥିବା ଲୋକଙ୍କ ଉପରେ ଏହା କମ ପ୍ରଭାବ ପକାଉଛି । ଯେତେ ଟିକା ନେବେ ସେତେ ସୁରକ୍ଷିତ ହେବେ । ଟିକା ନେବା ନିହାତି ଆବଶ୍ୟକ ।

ଶୀତ ଦିନେ କାହିଁକି ପ୍ରଭାବ ପଡିଲା?

ଖରାଦିନ ହେଉ କି ଶୀତ ଦିନ ଏହା ସବୁ ସମୟରେ ହେବ । ଋତୁ ଅନୁସାରେ ଏହା ପ୍ରଭାବ ପକାଏ ନାହିଁ । ପିକ ଆଉ ତାର ଡାଉନ ସମୟ ଉପରେ ନିର୍ଭର କରେ ଏହା କେବେ ପ୍ରଭାବ ପକାଇବ ।

କଟକଣା ଭିତରେ ରହିବ ବିବାହ, ବ୍ରତ ସବୁ ପାଳନ କରିବା ଉଚିତ । ଅଧିକ ଲୋକ ଏକାଠି ହେଲେ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସହଜରେ ବ୍ୟାପି ଥାଏ । ଯଦି ଆମେ କମ ଲୋକ ଏକାଠି ହେବ ତେବେ ସଂକ୍ରମଣକୁ ଅଟକାଇପାରିବା । ଏହି ସବୁ ନିୟମ ପାଳିବା ନିହାତି ଆବଶ୍ୟକ । ପାଳିଲେ ଯାଇ ଆମେ କରୋନାକୁ ହରାଇପାରିବା ।

ଟିକାକୁ ନେଇ ରହିଛି କି ଦ୍ୱନ୍ଦ୍ୱ?

ବୁଷ୍ଟର ଡୋଜ ଦେବା ପୂର୍ବରୁ ପ୍ରଥମେ ୨/୩ ଥର ଟ୍ରାଏଲ କରିବାକୁ ପଡିବ । ହେଲେ ଆମର ବୁଷ୍ଟର ଡୋଜ ଟ୍ରାଏଲ ହୋଇନଥିଲା । ଆମେ ଆଡିସନାଲ ଡୋଜ ଭାବିବାକୁ ପଡିଲା । ଆଉ ତାକୁ ଟିକେ ପରିବର୍ତ୍ତନ କରି ଆମେ ପ୍ରିକସନ ଡୋଜ ଦେଲୁ । ଆଉ ଏହି ଡୋଜ ଡେଲଟା ଓ ଓମିକ୍ରନଠୁ ସୁରକ୍ଷିତ ରଖିବ ।

ଓମିକ୍ରନ ଯୋଗୁଁ ବଢୁଛି କି ହର୍ଡ ଇମ୍ୟୁନିଟି ?

ଓମିକ୍ରନ ଯୋଗୁଁ ହର୍ଡ ଇମ୍ୟୁନିଟି ବଢୁଛି ବୋଲି ଲୋକେ କହୁଛନ୍ତି । କିନ୍ତୁ ତାବୋଲି ନୁହେଁ ଯେ ଆମେ ରୋଗକୁ ଆମନ୍ତ୍ରଣ କରିବା । ଆଉ ନିୟମ ନମାନି ବୁଲିବା । ଆମେ ଜାଣିନୁ ଆମକୁ ଡେଲଟା ହେଉଛି କି ଓମିକ୍ରନ । ତେଣୁ ଆମକୁ ପ୍ରିକସନ ନେବାକୁ ହେବ । ଆଉ ରୋଗକୁ ରୋକିବାକୁ ହେବ । କିଛି ଲୋକଙ୍କ ଦେହରେ ଓମିକ୍ରନ ଅଧିକ କ୍ଷତି ବି କରିପାରେ ।

କଟକଣା କେତେ ଜରୁରୀ?

ଭୂତାଣୁର ପିକ ସମୟରେ ତାକୁ ଅଟକାଇବାକୁ ପଡିବ । ଆଉ ତାକୁ ଅଟକାଇବାକୁ ହେଲେ ଭିଡ କମାଇବାକୁ ପଡିବ । ତେଣୁ ଏହି ସମୟରେ କଣ୍ଟେନମେଣ୍ଟ ଜୋନ ଆବଶ୍ୟକ । କଟକଣାରେ ହିଁ ରହିଲେ ଆମେ ସଂକ୍ରମଣକୁ ରୋକି ପାରିବା ।

କେବେ ଯିବ ତୃତୀୟ ଲହର?

ପ୍ରଥମ ଲହର ୫ ମାସ ସମୟ ଲାଗିଲା । ଦ୍ୱିତୀୟ ଲହର ୮ରୁ ୯ ମାସ ସମୟ ଲାଗିଲା । ଆଉ ଏହା ଶୀଘ୍ର ସଂକ୍ରମଣ ହେଉଥିବାରୁ କୁହାଯାଉଛି ଏହା ଜଲଦି ଶେଷ ହୋଇଯିବ । ଫେବୃଆରୀରେ ପିକ ନେଇ ମାର୍ଚ୍ଚ ଶେଷରେ ଏହା ଧିରେ ଧିରେ କମିବ ବୋଲି ଆଶା କରାଯାଉଛି । ଦକ୍ଷିଣ ଆଫ୍ରିକାରେ ପିକ ନେଇ ଏବେ ଧିରେ ଧିରେ ସଂକ୍ରମଣ କମିବାରେ ଲାଗିଛି ।

ଭବିଷ୍ୟତରେ ଆସିବ କି ଆଉ ଅନ୍ୟ ଭାରିଆଣ୍ଟ?

ଅତିତରେ ହୋଇଥିବା ମହାମାରୀ ମଧ୍ୟ ଏଭଳି ଲହର ଆସିଥିଲା । ସେତେବେଳେ ଭ୍ୟାକ୍ସିନ ନଥିଲା । ଆମେ ଆଶା କରୁଛୁ ଏଠି ବି ସେହି ଭଳି ଦୁର୍ବଳ ହେବ । ଅବଶ୍ୟ କିଛିଟା ରହିଯିବ । ଆମେ କିନ୍ତୁ ଭ୍ୟାକ୍ସିନେସନ ଜାରି ରଖିବୁ ଆଉ ସତର୍କ ରହିବୁ ।