ଫେସବୁକର ନିର୍ମାତା ହେଉଛନ୍ତି ଜଣେ ଭାରତୀୟ ! ହେଲେ ଆଇଡିଆ ଚୋରାଇଥିଲେ ଜୁକରବର୍ଗ

47

ଯଦି ଆପଣଙ୍କୁ କୁହାଯାଏ ପ୍ରତିଦିନ ବ୍ୟବହାର କରୁଥିବା ଫେସବୁକ ଆପର ନିର୍ମାତା ଜଣେ ଭାରତୀୟ କ’ଣ ଆପଣ ବିଶ୍ୱାସ କରିବେ? ହଁ ଆଜ୍ଞା ବିିଶ୍ୱାସ ଆସୁନଥିଲେ ବି କଥାଟି ସତ । ଦିବ୍ୟ ନରେନ୍ଦ୍ର ନାମକ ଏହି ଯୁବକ ଜଣକ ହେଉଛନ୍ତି ଫେସବୁକ ଆପର ଅସଲି ନିର୍ମାତା । ସେ ନିଜ ଦୁଇ ସାଥିଙ୍କ ସହ ଏହି ଆପକୁ ବିକଶିତ କରିଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ଏହାର ତିଳେମାତ୍ର ଶ୍ରେୟ ତାଙ୍କୁ ମିଳିନଥିଲା । ମାର୍କ ଜୁକରବର୍ଗ ଏହାର ସମ୍ପୁର୍ଣ୍ଣ ଶ୍ରେୟ ନେଇଥିଲେ । ନରେନ୍ଦ୍ର ପ୍ରଥମ ବ୍ୟକ୍ତି ଥିଲେ ଯେ ଜୁକରବର୍ଗଙ୍କ ବିରୋଧରେ କୋର୍ଟରେ ବିଶ୍ୱାସଘାତକ ମୋକଦ୍ଦମା ଆଣିଥିଲେ ।

ଭାରତରୁ ଆମେରିକା ଯାଇଥିବା ଜଣେ ଡାକ୍ତର ଦମ୍ପତୀଙ୍କ ପୁଅ ହେଲେ ଦିବ୍ୟ ନରେନ୍ଦ୍ର । ସେ ଆମେରିକାର ବ୍ରାକସ ସହରରେ ଜନ୍ମଗ୍ରହଣ କରିଥିଲେ । ହାୱାର୍ଡ ୟୁନିଭର୍ସିଟିରେ ପାଠପଢା ଶେଷ କରି ସେ ଏବେ ସମଜୋରୀ କମ୍ପାନୀ ଚଳାଉଛନ୍ତି । ଦିବ୍ୟ ହାୱାର୍ଡରେ ଅଧ୍ୟୟନ କରୁଥିବା ସମୟରେ ଦୁଇଜଣ ସାଥିଙ୍କ ସହ ମିଶି ୨୦୦୪ ମସିହା ମାର୍ଚ୍ଚ ୨୧ ତାରିଖରେ ‘ହାୱାର୍ଡକନେକ୍ଟ’ ସୋସିଆଲ ନେଟୱାର୍କିଙ୍ଗ ୱେବସାଇଟ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ୱେବସାଇଟର ନାଁ ପରିବର୍ତ୍ତନ କରାଯାଇ ‘କନେକ୍ଟୟୁ’ ରଖାଯାଇଥିଲା । ୨୦୦୨ ମସିହାରେ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା ଯାହାର ଫରମାଟ ଫେସବୁକ ଉପରେ ଆଧାରିତ । ୪୦୦ ଡଲାର ଦରମାରେ ନରେନ୍ଦ୍ର ଏବଂ ତାଙ୍କ ଦୁଇ ସାଥି ଏହି ପ୍ରୋଜେକ୍ଟରେ କାମ କରିଆସୁଥିଲେ । ପରେ ବ୍ୟକ୍ତିଗତ ସମସ୍ୟାରୁ ସବୁ ଅଲଗା ମାର୍ଗ ଚୟନ କରିଥିଲେ ।

୨୦୦୩ ମସିହାରେ ନରେନ୍ଦ୍ର ଏବଂ ତାଙ୍କ ଦୁଇ ସାଥି ମାର୍କ ଜୁକରବର୍ଗଙ୍କୁୁ ନିଜ ଟିମ ସହ ଜଏନ କରିବାକୁ କହିଥିଲେ । ଜୁକରବର୍ଗ ପ୍ରଥମ ମିଟିଂରେ ନରେନ୍ଦ୍ର ଏବଂ ତାଙ୍କ ସାଥିଙ୍କୁ ନିଜ କଥାରେ ମୋହିତ କରିବା ସହ ନେଟୱାର୍କକୁ ବିକଶିତ କରିବାକୁ କଥା ଦେଇଥିଲେ । ସବୁ କଥା ଗୋପନୀୟ ଥିଲା କିନ୍ତୁ ମିଟିଂ ସମୟରେ ଏସବୁ କଥା କହିବା ଜରୁରୀ ଥିବାରୁ ଟିମ ମାର୍କଙ୍କୁ ସବୁ କଥା କହିଥିଲା । କଥାବାର୍ତ୍ତା ପରେ ହିଁ ମାର୍କ ଟିମର ଜଣେ ସଦସ୍ୟ ହୋଇଯାଇଥିଲେ । କିଛି ସମୟ ବିତିବା ପରେ ମାର୍କ ନେଟୱାର୍କ ଲଞ୍ଚ କରିବା କହି ଟିମକୁ ଧୋକା ଦେଇଥିଲେ । ଟିମ ସଦସ୍ୟଙ୍କ ଫୋନ ନ ଉଠାଇବା ଏବଂ ଇମେଲର ଜବାବ ନଦେବା ଭଳି ଖବର ମଧ୍ୟ ଆସିଥିଲା ।

ପରମୁହୂର୍ତ୍ତରେ ଅଜବ କାରଣ ଦର୍ଶାଇ ମାର୍କ ଟିମରୁ ଅଲଗା ହୋଇ ୨୦୦୪ ମସିହା ଫେବୃୟାରୀ ୪ ତାରିଖରେ ଫେସବୁକ ଲଞ୍ଚ କରିଥିଲେ । ଏହି ଆପରେ ସେ ସବୁ ଫରମାଟ ଥିଲା ଯାହା ନରେନ୍ଦ୍ର ଏବଂ ତାଙ୍କ ଟିମ ଦ୍ୱାରା ପ୍ରସ୍ତୁ୍ତ ହୋଇଥିଲା । ନରେନ୍ଦ୍ରଙ୍କୁ ଏହି ଖବର ମିଳିବା ପରେ ସେ ଏବଂ ତାଙ୍କ ଦୁଇ ସାଥି କୋର୍ଟରେ ମାର୍କଙ୍କ ବିରୋଧରେ ମୋକଦ୍ଦମା କଲେ । କୋର୍ଟକୁ ସବୁ ପ୍ରମାଣ ମିଳିବାପରେ ମାର୍କ ଟିମ ସହ ଧୋକା କରିଥିବା ସ୍ପଷ୍ଟ ହୋଇଯାଇଥିଲା । ୨୦୦୮ ମସିହାରେ ମାର୍କ ନିଜ ଭୁଲ ମାନି ନରେନ୍ଦ୍ର ଏବଂ ତାଙ୍କ ଟିମକୁ ୬୫୦ ଲକ୍ଷ ଡଲାର ଜୋରିମାନା ଦେଇଥିଲେ । କିନ୍ତୁ ନରେନ୍ଦ୍ର ଏହି ଜୋରିମାନାରେ ସନ୍ତୁଷ୍ଟ ନଥିଲେ । ତାଙ୍କ ମତରେ ସେତେବେଳେ ସମୟରେ ଏହି ସାଇଟର ଯାହା ଦରଦାମ ଥିଲା ତାହାକୁ ଆଧାର କରି ଜୋରିମାନା ଦେବା ଦରକାର ଥିଲା । କିନ୍ତୁ ପରେ କୋର୍ଟରେ ଏହା ସାବ୍ୟସ୍ତ ହୋଇ ଯାଇଥିଲା ଯେ ଏହି ବଡ ନେଟୱାର୍କ ସାଇଟ ବିକଶିତ ହେବା ପଛରେ ଦିବ୍ୟ ନରେନ୍ଦ୍ରଙ୍କ ଅବଦାନ ରହିଥିଲା ।