ଭିକାରି ବେଶରେ ଆସୁଥିଲେ, ଘରେ ପଶି ଲୁଟି ନେଉଥିଲେ : କିଛି ମହିଳାଙ୍କୁ ଧରିଲା ପୋଲିସ

302

କନକ ବ୍ୟୁରୋ : ଭିକ ମାଗିବା ବାହାନାରେ ଘରୁ ମୋବାଇଲ ଲୁଟ । ଭୁବନେଶ୍ୱର ଫାୟାର ଷ୍ଟେସନ ନିକଟ ପାଇକ ସାହିରେ ଏଭଳି ଘଟଣା ଘଟିଛି । ଗଣେଷ ସାହୁ ନାମକ ଜଣେ ବ୍ୟକ୍ତି ବାଥରୁମରେ ଗାଧଉଥିବା ବେଳେ ଭିକାରି ବେଶରେ ମହିଳା ମାନେ ଆସି ଛୋଟ ଛୁଆକୁ ଘର ଭିତରକୁ ପଠାଇ ମୋବାଇଲ ନେଇ ପଳାଉଥିଲେ । ଖୋଜି ଖୋଜି ଗଣେଷ ସେମାନଙ୍କୁ ଧରିଛନ୍ତି । ପୋଲିସକୁ ଡ଼ାକିବା ପରେ ଛୋଟ ଛୁଆ ପାଖରୁ ମୋବାଇଲା ବାହାରିଥିଲା । ଏନେଇ ନୟାପଲି ଥାନାରେ ମାମଲା ରୁଜୁ ହୋଇଛି ।