ଟୋକିଓରେ ମହିଳା ହକି ଦଳର ବିଜୟ : ଖୁସି ମନାଇଲେ ବିଧାୟକ ସୁର ରାଉତରାୟ; କହିଲେ, ଟୋକିଓ ଅଲିମ୍ପିକରେ ହକିରେ ପଦକୁ ଆଣୁ ଭାରତ

203

କନକ ବ୍ୟୁରୋ : ଟୋକିଓରେ ମହିଳା ହକି ଦଳର ବିଜୟ ସମସ୍ତ ହକିପ୍ରେମୀଙ୍କୁ ଉତ୍ସାହିତ କରିଛି । ଟିଭି ଆଗରେ ବସି ଖେଳ ଦେଖୁଥିବା ଦର୍ଶକଙ୍କୁ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ଚମକାଇ ଦେଇଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଆପଣ ଅନେକ କାର୍ଯ୍ୟକ୍ରମରେ ଦେଖିଥିବେ ।

ଲୋକଙ୍କ ମନୋବଳ ବଢାଇବାକୁ ନିଜକୁ ଜଣେ ସାଧାରଣ ନାଗରିକଙ୍କ ପ୍ରତିନିଧି ଭାବରେ ସବୁଠି ପହଂଚିଯାନ୍ତି । ଆଉ ଆଜି ଯେତେବେଳେ ଭାରତୀୟ ମହିଳା ହକି ଦଳ ବିଶ୍ୱ ଦରବାରରେ ଦେଶର ଟେକ ରଖିଛି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ହାତରେ ହକି ଷ୍ଟିକ ଧରି ମହିଳା ଦଳର ଉତ୍ସାହ ବଢାଇଛନ୍ତି । ଆଉ ସମର୍ଥକଙ୍କ ଗହଣରେ ଭାରତ ପାଇଁ ଗୌରବ ଆଣିବାକୁ ଅପିଲ୍ କରିଛନ୍ତି ।