ସମ୍ବଲପୁର କୁଚିଣ୍ଡାରେ ଦଶହରା ପାଇଁ ପ୍ରସ୍ତୁତି ଶେଷ। ମାଆଙ୍କ ପୂଜା ପାଇଁ ଚଳଚଞ୍ଚଳ ସହର।

46

କନକ ବ୍ୟୁରୋ: କିଛି ଦିନ ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇଛି ଗାଁରୁ ସହର । ସମ୍ବଲପୁର କୁଚିଣ୍ଡାରେ ମାଆ ଦୁର୍ଗାଙ୍କ ପାଇଁ ବେଶ ଜାକଜମକରେ ପ୍ରସ୍ତୁତି ଚାଲିଛି । କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ହେଲା ପୂଜା ବନ୍ଦ ଥିବା ବେଳେ ଚଳିତଥର ବେଶ ଧୁମଧାମରେ ଚାଲିବ ପୂଜା । ସୁଉଚ୍ଚ ତୋରଣ ସାଙ୍ଗକୁ ଭଳିକିଭଳି ମୂର୍ତି ତିଆରି କାମରେ ଲାଗିପଡ଼ିଛନ୍ତି କାରିଗର ।

କିଛି ପୂଜାମଣ୍ଡପ ୩୫ ବର୍ଷରେ ପଦାର୍ପଣ କରିଥିବା ବେଳେ କିଛି ପୁରୁଣା ପୂଜା ମଣ୍ଡପ ୯୫ ବର୍ଷରେ ପହଞ୍ଚିଛି । ଆସନ୍ତାକାଲିଠାରୁ ମାଆଙ୍କର ନବଦିନାତ୍ମକ ପୂଜା ଆରମ୍ଭ ହେବାକୁ ଯାଉଛି । ଏନେଇ ରାତିପାହିଲେ ହେବ କଳସ ଯାତ୍ରା । ପୂଜା ମଣ୍ଡପରୁ ନେଇ ମାଆଙ୍କ ପୀଠ ଗୁଡିକରେ ପୂଜା ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।