ଆସନ୍ତାକାଲିକୁ ଘୁଞ୍ଚିଲା କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ : ଆଜି ହେବାର ଥିଲା ଏହି ବଲିଉଡର ଷ୍ଟାରଙ୍କ ବିବାହ

159

କନକ ବ୍ୟୁରୋ : ଫେବ୍ରୁଆରୀ ୭ ତାରିଖକୁ ଘୁଞ୍ଚିଲା ବଲିଉଡର ଜଣାଶୁଣା ଷ୍ଟାର କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ । ଆଜି ରାଜସ୍ଥାନରେ ଏକ ହୋଟେଲ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୌଣସି କାରଣ ପାଇଁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଏହି ଦୁଇ ସେଲିବ୍ରେଟିଙ୍କ ବିବାହକୁ ନେଇ କେବଳ ବଲିଉଡ଼ ଜଗତରେ ନୁହେଁ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବହୁ ଅପେକ୍ଷା ପରେ ଦୁଇ ନାମୀଦାମୀ ବଲିଉଡ ଷ୍ଟାର ଜୀବନ ସାଥୀ ହେବାକୁ ଯାଉଛନ୍ତି ।

ତେବେ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ସିଦ୍ଧାର୍ଥ ମଲୋହୋତ୍ରା ଓ କିଆରା ଆଡବାଣୀଙ୍କ ବିବାହ ଉତ୍ସବ ହେବ । ଏଥିପାଇଁ ଦୁଇ ପରିବାର ସୂର୍ଯ୍ୟଗଢ଼ ପ୍ୟାଲେସରେ ପହଞ୍ଚିଛନ୍ତି । ଅନ୍ୟପଟେ ବିବାହ ଉତ୍ସବରେ କେଉଁ ଅତିଥି ଯୋଗଦେବେ ଏନେଇ ତାଲିକା ମଧ୍ୟ ହୋଇଛି । ଦୁହିଁଙ୍କ ଅତି ଘନିଷ୍ଠ ବନ୍ଧୁ ପରିଜନ ପାଖାପାଖି ୧୫୦ ଜଣ ଏଥିରେ ଯୋଗଦେବେ । ଅତିଥିଙ୍କ ପାଇଁ ୮୦ ଟି ରୁମ ବୁକ ହୋଇଥିବାବେଳେ ୭୦ଟି କାରର ବ୍ୟବସ୍ଥା କରାଯାଇଛି ।