ଦୁବାଇରେ ଘର କିଣୁଛନ୍ତି ଧନୀ ଭାରତୀୟ : ବର୍ଷଟେ ମଧ୍ୟରେ ଘର କିଣିବାରେ ୩୫ ହଜାର ୫୦୦ କୋଟି ଟଙ୍କା କରିଛନ୍ତି ଖର୍ଚ୍ଚ

171

କନକ ବ୍ୟୁରୋ : ଦୁବାଇରେ ଘର କିଣୁଛନ୍ତି ଧନୀ ଭାରତୀୟ । ବର୍ଷଟେ ମଧ୍ୟରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ଖର୍ଚ୍ଚ କରିଛନ୍ତି ୩୫ ହଜାର ୫୦୦ କୋଟି ଟଙ୍କା । ବିଳାସପୂର୍ଣ୍ଣ ଜୀବନଯାପନ, ଆଲିସାନ ଘର ପାଇଁ ପାଣି ଭଲି ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ । ବିଶ୍ୱର ସବୁଠୁ ବଡ ଅଟ୍ଟାଳିକା ବୁର୍ଜ ଖଲିଫା ସହ ଅନ୍ୟ ବଡ ବଡ ଆପାର୍ଟମେଣ୍ଟରେ ଭାରତୀୟମାନେ ଘର କିଣୁଥିବା ଦେଖିବାକୁ ମିଳିଛି । ୨୦୨୨ରେରେ ୧୬ ମିଲିୟନ ଦିରହାକ୍ସ ଅର୍ଥାତ ୩୫ ହଜାର ୫୦୦ କୋଟି ଟଙ୍କା ଭାରତୀୟମାନେ ଘର କିଣିବା ପାଇ ବ୍ୟୟ କରିଥିବା ସୂଚନା ମିଳିଛି ।

୨୦୨୧ ତୁଳନାରେ ୨୦୨୨ରେ ଘର କିଣିବାରେ ଦୁଇ ଗୁଣା ଅଧିକ ଖର୍ଚ୍ଚ କରିଛନ୍ତି ଧନୀ ଭାରତୀୟ । ବିଶେଷ କରି ଦିଲ୍ଲୀ-ଏନସିଆର, ଅହମ୍ମଦାବାଦ, ସୁରଟ, ହାଇଦ୍ରାବାଦ, ପଞ୍ଜାବବାସୀ ସେଠାରେ ଅଧିକ ଘର କିଣୁଥିବା ଦେଖିବାକୁ ମିଳିଛି । ବିଶ୍ୱରେ ବିଭିନ୍ନ ଦେଶରେ ୨୦ ପ୍ରତିଶତ ବସବାସ କରୁଥିବା ବେଳେ ଦୁବାଇରେ ୪୦ ପ୍ରତିଶତ ଭାରତୀୟ ବସବାସ କରୁଥିବା ନେଇ ସୂଚନା ମିଳିଛି । ଘର ଗୁଡିକର ହାରାହାରି ମୂଲ୍ୟ ସାଢେ ୩ କୋଟିରୁ ୪ କୋଟି ଟଙ୍କା ରହିଛି । ଏବଂ ମାସିକ ଭଡା ୩ ଲକ୍ଷରୁ ସାଢେ ୩ ଲକ୍ଷ ରହିଛି ।