ଋଷ ତେଲରେ ମାଲାମାଲ ଭାରତ : କମ ଦରରେ ଅଶୋଧିତ ତେଲ କିଣି ବିଶୋଧନ କରି ଆମେରିକା ସମେତ ୟୁରୋପକୁ ପଠାଉଛି ଭାରତ

542

କନକ ବୁରୋ : ଋଷ ତେଲରେ ମାଲାମାଲ ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଛି ଭାରତ ତେଲର ଚାହିଦା । ବିଶ୍ୱ ତୈଳ ବଜାରରେ ଭାରତ ଏବେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ଉଭା ହୋଇଛି । ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଋଷଠୁ ତେଲ କିଣୁନଥିବା ପାଶ୍ଚାତ୍ୟ ଦେଶ ଏବେ ଭାରତ ଉପରେ ନିର୍ଭରଶୀଳ ଅଛନ୍ତି । ଋଷରୁ ସୁଲଭ ମୂଲ୍ୟ ଅଶୋଧିତ ତେଲ କିଣି ତାକୁ ବିଶୋଧନ କରି ଆମେରିକା ସମେତ ୟୁରୋପ ମହାଦେଶରେ ବିଭନ୍ନ ଦେଶକୁ ତେଲ ପଠାଉଛି ଭାରତ । ଯୁଦ୍ଧ ଯୋଗୁ ପାଶ୍ଚାତ୍ୟ ଦେଶ ଋଷ ଉପରେ କଟକଣା ଲଗାଇଥିବାରୁ ସିଧାସଳଖ ଋଷଠୁ ତେଲ କିଣି ପାରୁନାହାଁନ୍ତି । ଅନ୍ୟ ପକ୍ଷରେ ଭାରତ ଜରିଆରେ ସେମାନେ ନିଜର ତୈଳ ଆବଶ୍ୟକତାକୁ ପୁରଣ କରୁଛନ୍ତି ।

ସୂଚନା ମୁତାବକ, ଗତ ଜାନୁଆରୀରେ ଭାରତ ନ୍ୟୁୟର୍କରୁ ୮୯ ହଜାର ବ୍ୟାରେଲ ପେଟ୍ରୋଲ ଓ ଡିଜେଲ ପଠାଇଥିଲା । ଯାହା ଗତ ୪ ବର୍ଷ ମଧ୍ୟରେ ସବାଧିକ । ସେହିପରି ୟୁରୋପକଙ୍କୁ ଗତ ମାସଟେ ମଧ୍ୟରେ ଭାରତ ୧ ଲକ୍ଷ ୭୨ ହଜାର ବ୍ୟାରେଲ ତେଲ ପଠାଇଛି । ଯାହା ୨୦୨୧ ଅକ୍ଟୋବର ପରେ ସର୍ବାଧକ । ଋଷ ଉପରେ ପାଶ୍ଚାତ୍ୟ ଦେଶ କଟକଣା ଲଗାଇଥିବାରୁ ନିଜ ଆୟ ବଜାୟୀ ରଖିବାକୁ ଋଷ ରିହାତି ଦରରେ ଭାରତକୁ ତେଲ ବିକ୍ରି କରୁଛି । ଯୁଦ୍ଧ ଏଭଳି ଲାଗି ରହିଲେ ଭାରତ ଏବଂ ଚୀନ ଦ୍ରବ୍ୟର ଚାହିଦା ବିଶ୍ୱବଜାରରରେ ଆହୁରୀ ବୃଦ୍ଧି ପାଇବ ବୋଲି କୁହାଯାଉଛି ।