ଆୟ ୧୦ ହଜାର, ସିକ୍ୟୁରିଟି ଗାର୍ଡ ଚାକିରୀ । ଆୟକର ବିଭାଗ ପଠାଇଲା ୧ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

241

କନକ ବ୍ୟୁରୋ: ଆଇଟି ବିଭାଗର ନୋଟିସକୁ ନେଇ ଚର୍ଚ୍ଚା । ମୁମ୍ବାଇ କଲ୍ୟାଣନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ଘଟିଛି ଆଶ୍ଚର୍ଯ୍ୟକର ଘଟଣା । ଏକ ଘରୋଇ କମ୍ପାନୀରେ ହାଉସ୍ କିପିଙ୍ଗ ଓ ସିକ୍ୟୁରିଟି ଗାର୍ଡର ଚାକିରି କରନ୍ତି ୫୬ ବର୍ଷିୟ ଚନ୍ଦ୍ରକାନ୍ତ ବରକ୍ । ହେଲେ ତାଙ୍କ ପାଖକୁ ଆଇଟି ୧କୋଟି ୧୪ ଲକ୍ଷ ଟଙ୍କାର ଟିକସ ଭରିବାକୁ ନୋଟିସ୍ ପଠାଇବା ପରେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ବୟସ୍କ ଚନ୍ଦ୍ରକାନ୍ତ ଜୈନ୍ ଚୌଲ ଅଞ୍ଚଳରେ ନିଜ ଭଉଣୀ ସହ ରହୁଛନ୍ତି । ପେଟ ପୋଷିବାକୁ କେତେବେଳେ ହାଉସ କିପିଙ୍ଗର କାମ କରନ୍ତି ଆଉ କେବେ ସିକ୍ୟୁରିଟି ଗାର୍ଡର କାମ କରନ୍ତି । ଏହାସହ କେବେ କୋରିୟର ବୟ ଭାବେ କାମ କରନ୍ତି । ଏସବୁ କଲାପରେ ତାଙ୍କୁ ମାସିକ ମାତ୍ର ୧୦, ହଜାର ଟଙ୍କା ରୋଜଗାର କରିଥାନ୍ତି । ଏଭଳି ସ୍ଥିତିରେ ତାଙ୍କୁ ଯେତେବେଳେ ୧ କୋଟି ୧୪ ଲକ୍ଷ ଟଙ୍କାର ଟ୍ୟାକ୍ସ ନୋଟିସ୍ ମିଳିଲା ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଇଟି ଅଫିସ ଯାଇ ଯାଞ୍ଚ କରିବାରୁ ଯାହା ଜାଣିବାକୁ ପାଇଲେ ସେଥିରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିନଥିଲା ।

ଅଧିକାରୀଙ୍କ ଠାରୁ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ୟାନ କାର୍ଡ ନମ୍ବର ବ୍ୟବହାର କରି ବିଦେଶରେ ସପିଙ୍ଗ କରାଯାଇଛି । ଚୀନରେ ସର୍ବାଧିକସ୍ପିଙ୍ଗ କରାଯାିଛି ବୋଲି ଜାଣିବା ପର ସେ ବିଚଳିତ ହୋଇପଡିଥିଲ ।