ଜମ୍ମୁକଶ୍ମୀର ଡୋଡାରେ ଯୋଶୀମଠ ପରିସ୍ଥିତି : ୨୦ରୁ ଅଧିକ ଘରେ ସୃଷ୍ଟି ହୋଇଛି ବଡ଼ ଫାଟ; ୩୦୦ ପରିବାରକୁ କରାଗଲା ସ୍ଥାନାନ୍ତର

107

କନକ ବ୍ୟୁରୋ : ଜମ୍ମୁକଶ୍ମୀର ଡୋଡାରେ ଯୋଶୀମଠ ପରି ସ୍ଥିତି ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଘରେ ସୃଷ୍ଟି ହୋଇଛି ବଡ଼ ବଡ଼ ଫାଟ । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ୩୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି । ଆଜି ସକାଳୁ ଜିଲ୍ଲା ପ୍ରଶାସନ ଓ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବା ଜିଏସଆଇ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସମୀକ୍ଷା କରୁଛନ୍ତି ।

ଜିଲ୍ଲା ପ୍ରଶାସନ ନିୟମିତ ଭାବରେ ସ୍ଥିତି ଉପରେ ନଜର ରଖିଛି ଏବଂ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ କହିଛି । ତେବେ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସ୍ଥିତିର ସମୀକ୍ଷା କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଡୋଡା ଜିଲ୍ଲା ସେସମିକ ଜୋନ୍ ୪ ଅନ୍ତର୍ଗତ ଅଞ୍ଚଳ । ତେଣୁ ଏଠାରେ ଭୂମିକମ୍ପ ଦ୍ୱାରା ଅଧିକ କ୍ଷୟକ୍ଷତି ହୋଇଥାଏ । ଏବେ ସ୍ଥାନୀୟ ଅଞ୍ଚଳର ଘରେ ଦେଖାଦେଇଥିବା ବଡ଼ ବଡ଼ ଫାଟ ଯୋଗୁଁ ଲୋକେ ଆଶଙ୍କା ଭିତରେ ରହିଛନ୍ତି ।