ଆଇପିଏଲର ପ୍ରଥମ ମୁକାବିଲାରେ ଋତୁରାଜଙ୍କ ରେକର୍ଡ । ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ।

1,000

କନକ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ୍ ଶୁକ୍ରବାର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ୫୦ ବଲରୁ ସେ ୯୨ ରନ୍ କରିବା ସହିତ କିଛି ଦର୍ଶନୀୟ ସଟ୍ ବି ଖେଳିଥିଲେ ଋତୁରାଜ । ନିଜ ଇଂନିସ୍ ଭିତରେ ସେ ୯ଟି ଆକାଶଚୁମ୍ଭୀ ଛକା ମାରିଥିଲେ । ତେବେ ଋତୁରାଜଙ୍କ ଏହି ଇଂନିସ ପରେ ବି ଚେନ୍ନାଇ ସୁପର କିଙ୍ଗସ୍ ଗୁଜରାଟ ଟାଇଟନ୍ସଠାରୁ ପରାଜିତ ହେଇଥିଲା । ହେଲେ ଋତୁରାଜ ଏହି ଇଂନିସ ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ରେକର୍ଡରେ କାଟି ଦେଇଛନ୍ତି ।

ଆଇପିଏଲର ପ୍ରଥମ ୩୭ଟି ଇଂନିସ ଭିତରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ କରିଛନ୍ତି ଋତୁରାଜ । ପୂର୍ବରୁ ଏହି ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା । ଋତୁରାଜଙ୍କ ପୂର୍ବରୁ ସଚିନ ଆଇପିଏଲର ପ୍ରଥମ ୩୭ଟି ଇଂନିସରେ ସର୍ବାଧିକ ୧୨୭୧ ରନ୍ କରିଥିଲେ । ହେଲେ ଋତୁୁରାଜ ଏବେ ସଚିନଙ୍କୁ ଟପି ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି । ସଚିନ ଏବେ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବାବେଳେ, ରିଷଭ ପନ୍ତ ତୃତୀୟ, ସୁରେଶ ରାଇନା ଚତୁର୍ଥ ଓ ଦେବଦତ୍ତ ପାଡିକଲ ପଞ୍ଚମ ସ୍ଥାନରେ ରହିଛନ୍ତି ।

୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଖେଳିଥିବା ଋତୁରାଜ, ୨୦୨୧ରେ ଚେନ୍ନାଇକୁ ଚାମ୍ପିୟନ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୬ଟି ମ୍ୟାଚରେ ସେ ୬୩୫ ରନ୍ କରିଥିଲେ । ଏହାପରେ ୨୦୨୨ରେ ସେ ୧୪ଟି ମ୍ୟାଚରୁ ୩୬୮ ରନ୍ କରିଥିଲେ । ଆଉ ୨୦୨୩ର ପ୍ରଥମ ମ୍ୟାଚରେ ଧମାଲ କରିବା ସହିତ ମାତ୍ର ୫୦ ବଲରୁ ୯୨ ରନ୍ ସ୍କୋର କରିଛନ୍ତି ଋତୁରାଜ ।