ଆଜିଠୁ କମିବ ବର୍ଷା ବଢିବ ତାତି । ପଶ୍ଚିମା ଝଡବର୍ଷା ଯୋଗୁ ୪ରୁ ୫ ଡିଗ୍ରୀ କମିଯାଇଥିଲା ତାପମାତ୍ରା

210

କନକ ବ୍ୟୁରୋ : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ବର୍ଷାର ଆଜିଠୁ କମିବ । ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲିିଠୁ ରାଜ୍ୟର ବିଭି୍ନ୍ନ ସ୍ଥାନରେ ବର୍ଷା ହେଉଛି । ପଶ୍ଚିମା ଝଡ଼ ପ୍ରଭାବରେ ସକାଳେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହୋଇଛି । ଏହାର ପ୍ରଭାବରେ ଟୁଇନ ସିଟି ବେହାଲ ହୋଇ ପଡିଥିଲା । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଏଥିସହ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ୪୦ରୁ ୫୦କିମି ଛୁଇଁଥିବା ଜଣାପଡିଛି । ଦାରିଙ୍ଗବାଡି ଓ ଢେଙ୍କାନାଳରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ଆସନ୍ତା ୫ ତାରିଖ ଦିନ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭବନା ରହିଛି । ତେବେ ବର୍ଷାଯୋଗୁ ରାଜ୍ୟରେ ତାପମାତ୍ରା ୪ରୁ ୫ ଡିଗ୍ରୀ କମିଯାଇଥିବା ବେଳେ ଆଜିଠୁ ପୁଣି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅସହ୍ୟ ଗରମ, ମୁଣ୍ଡଫଟା ତାତି ଓ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । କାରଣ ଚଳିତବର୍ଷ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ସ୍ଥାନରେ ପାରଦ ବଢିବା ସହ ଆଶାଠୁ ଅଧିକ ତାତି ଅନୁଭୂତ ହେବ । ଉତରଭାରତ କିଛି ସ୍ଥାନ ବ୍ୟତିତ ଦେଶର ଅଧିକାଂଶ ଜିଲ୍ଲାରେ ଅସହ୍ୟ ଗରମ ଅନୂଭୁତ ହେବ । ମଧ୍ୟ, ପୂର୍ବ,ଉତରପଶ୍ଚିମ ଭାରତରେ ସାମାନ୍ୟଠୁ ଅଧିକ ଗରମ ଅନୁଭୂତ ହେବା ନେଇ ଆକଳନ କରିଛି ଆଇଏମଡି । ବିହାର, ଉତରପ୍ରଦେଶ, ଝାଡଖଣ୍ଡ, ଓଡିଶା, ପଂଜାବ, ହରିଆଣ ସବୁଠୁ ଅଧିକ ପ୍ରଭାବିତ ହେବ । ତେବେ ଏପ୍ରିଲ ମାସରେ ପୂର୍ବୋତ, ଉତରପଶ୍ଚିମ ଭାରତରେ ବର୍ଷାର ସମ୍ଭାବନା ରହିଛି ।