କ୍ୟୁବା ରାଷ୍ଟ୍ରନେତାଙ୍କ ସହ ବୈଠକ ସମୟରେ ଦେଖିବାକୁ ମିଳିଲା ପୁଟିନଙ୍କ ଫୁଲା ମୁହଁ ସହ ଥରୁଥିବା ହାତ । ରୁଷ ରାଷ୍ଟ୍ରନେତାଙ୍କୁ କ୍ୟାନସର ହୋଇଥିବା ସୂଚନା

204

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବହୁବାର ବହୁ ଖବର ସାମ୍ନାକୁ ଆସିଥାଏ । ପୁଣି ସେହିପରି ଆଉ ଏକ ଖବର ଏବେ ନଜରକୁ ଆସିଛି ।  ମସ୍କୋରେ ଏକ ବୈଠକରେ କ୍ୟୁବା ରାଷ୍ଟ୍ରପତି ଡିଆଜ କେନେଲଙ୍କ ସହ ପୁଟିନଙ୍କ ସାକ୍ଷାତ ସମୟରେ ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଦୃଶ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରପତି କେନେଲଙ୍କ ସହ ବାର୍ତାଳାପ ସମୟରେ ପୁଟିନ ଅଜବ ପ୍ରକାରେ ବସିବା ସହ ନିଜ ଚେୟାରକୁ ଖୁବ ଜୋରରେ ଜାବୁଡ଼ି ଧରିଥିଲେ ।

ପୁଟିନଙ୍କ ବ୍ୟବହାରରେ ବାରମ୍ବାର ପରିବର୍ତନ ଦେଖି ସେ ଏକ ବଡ଼ ରୋଗରେ ପୀଡ଼ିତ ଥିବା ଅନୁମାନ କରାଯାଇଛି । ପୂର୍ବରୁ ପୁଟିନଙ୍କ ଏକ ଫଟୋରେ ତାଙ୍କ ହାତରେ କଳା ରଙ୍ଗର କିଛି ଦାଗ ଦେଖିବାକୁ ମିିଳିଥିଲା । ତେବେ ବାରମ୍ବାର ପୁଟିନଙ୍କ ସ୍ୱାସ୍ଥ୍ୟବତା ଖରାପ ଦେଖିବାକୁ ମିଳୁଥିବାବେଳେ ତାଙ୍କୁ କ୍ୟାନ୍ସର ହୋଇଥିବା ଚର୍ଚ୍ଚା ହୋଇଛି । ଯାହାକୁ କ୍ରେମେଲିନ ଗୁଜବ ବୋଲି କହଛନ୍ତି ।