ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ନାମ , କଣ୍ଠସ୍ୱର ଓ ଫଟୋ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ । ବ୍ୟବହାର ହୋଇଥିବା ପୁରୁଣା ପୋଷ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ

135

କନକ ବ୍ୟୁରୋ : ଏଣିକି ବିନା ଅମିତାଭ ବଚ୍ଚନଙ୍କ ଅନୁମତିରେ ତାଙ୍କ ନାମ, ସ୍ୱର ଓ ଫଟୋକୁ ବ୍ୟବହାର କରାଯାଇ ପାରିବ ନାହିଁ । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ ସ୍ୱରକୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ତାଙ୍କ ଅନୁମତି ନେବାକୁ ପଡିବ । ଅମିତାଭଙ୍କ ବିନା ଅନୁମତିରେ ତାଙ୍କର ନାମ, ସ୍ୱରକୁ ବ୍ୟବହାର କରିବାରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏନେଇ ପ୍ରଥମେ ଅମିତାଭ ବଚ୍ଚନ କୋର୍ଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ଶୁଣାଣି କରି କୋର୍ଟ ଆଜି ବିଗ୍ ବି ଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏହି ରାୟ ଆସିବା ପରେ ଏବେ ପୂର୍ବରୁ ବିନା ଅନୁମତିରେ ବ୍ୟବହାର ହୋଇଥିବା ଅମିତାଭଙ୍କ ନାମ, କଣ୍ଠସ୍ୱର ଓ ଫଟୋ ସବୁକୁ ଡିଲିଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।