କଂଗ୍ରେସରୁ ଇସ୍ତଫା ପରେ ବିଜେପିରେ ସାମିଲ ହେଲେ ଆରପିଏନ୍ ସିଂହ । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଲଢିବେ ନିର୍ବାଚନ?

188

କନକ ବ୍ୟୁରୋ: ହାତ ଛାଡିଲେ ପଦ୍ମ ଧରିଲେ । ଉତ୍ତରପ୍ରଦେଶର ଜଣାଶୁଣା ଚେହେରା ତଥା କଂଗ୍ରେସ ନେତା ଆରପିଏନ୍ ସିଂହ ନିଜର ପୁରୁଣା ଦଳ କଂଗ୍ରେସର ହାତ ଛାଡି ଏବେ ବିଜେପିରେ ଯୋଗ ଦେଇଛନ୍ତି । ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଓ ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌଯ୍ୟଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ତେବେ ମିିଳିଥିବା ସୂଚନା ମୁତାବକ, ଆରପିଏନ୍ ବିଜେପିରେ ସାମିଲ ହେବା ପରେ ଦଳର ସଙ୍ଗଠନ ଅଧିକ ମଜଭୁତ୍ ହେବ । ତେବେ ବିଜେପି ତାଙ୍କୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଦରେ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି ।

କଂଗ୍ରେସରୁ ଇସ୍ତଫା ଦେବା ପରେ ଆରପିଏନ୍ ସିଂହ ଏକ ଟୁଇଟ୍ କରିଥିଲେ । ଏହି ଟୁଇଟରେ ସେ ଲେଖିଥିଲେ, ଯେତେବେଳେ ସାରା ଦେଶ ଗଣତନ୍ତ୍ର ଦିବସର ଉତ୍ସବ ମନାଉଛି । ସେତେବେଳେ ମୁଁ ମୋ ରାଜନୈତିକ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି, ଜୟ ହିନ୍ଦ ।

ଆରପିଏନ୍ ସିଂହ ବିଜେପିରେ ସାମିଲ ହେବା ଚର୍ଚ୍ଚା ଗତ କିଛି ଦିନ ଧରି ହୋଇ ଆସୁଥିଲା । ତେବେ ସେ ବିଜେପିରେ ସାମିଲ ହେବା ପରେ ଏବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ସମାଜବାଦୀ ପାର୍ଟି କୁଶୀନରାର ପଡରୌନା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାଙ୍କ ସହିତ ଏବେ ଆରପିଏନ୍ ସିଂହଙ୍କ ମୁହାଁମୁହିଁ ହେବା ନେଇ ଚର୍ଚ୍ଚା ହେଉଛି ।