ରାଜଧାନୀରେ ରୋଡ୍ ରୋମିଓଙ୍କ ରୁବାବ: କେତେ ସୁରକ୍ଷିତ ହଷ୍ଟେଲ ଛାତ୍ରୀ ?

528

କନକ ବ୍ୟୁରୋ: ଉଗ୍ରତାରା ହଷ୍ଟେଲ ସମ୍ମୁଖରେ ଦେଖିବାକୁ ମିଳିଲା ରୋଡ ରୋମିଓଙ୍କ ଉଗ୍ରରୂପ । ଗାଳିଗୁଲଜ କରିବା ସହ ହାତରେ ହତିଆର ଧରି ଅନ୍ଧାର ରାତିରେ ଆତଙ୍କ ଖେଳାଉଥିବାର ଦୃଶ୍ୟ ସାଧାରଣ ଲୋକର ଛାତି ଥରାଇଦେବ । ଧରାକୁ ସରା ମଣୁନଥିବା ଏହି ଉପରମୁହାଁ ରୋଡରୋମିଓ ହଷ୍ଟେଲରେ ରହୁଥିବା ଜଣେ ଯୁବତୀଙ୍କୁ ବାହାରକୁ ଘୋଷାରି ଆଣି ମନଇଛା ପିଟିଥିଲେ । କେତେବେଳେ ପଥରମାରି ଝରକା କାଚ ଭାଙ୍ଗିଥିଲେ ତ ପୁଣି କେତେବେଳେ ପାଚେରୀ ଭାଙ୍ଗି ହଷ୍ଟେଲ ଭିତରକୁ ଧସେଇ ପଶିବାକୁ ଚାହୁଁଥିଲେ । ସଂପୃକ୍ତ ଯୁବତୀ ନିଜ ଜୀବନ ବଂଚାଇବା ପାଇଁ ପ୍ରାୟ ୪୫ ମିନିଟକାଳ ସଂଘର୍ଷ କରିଥିଲେ । ଆଉ ହଷ୍ଟେଲର ଗେଟ ବନ୍ଦ କରିବା ପରେ ବେଡରୁମ ଭିତରକୁ ପଥରମାଡ କରିବା ସହ ହଷ୍ଟେଲ ବେଡରୁମ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।

ରୋଡରୋମିଓମାନେ ଗଡସାହିରେ କେବଳ ଏହି ଜଣେ ଯୁବତୀଙ୍କୁ ନୁହେଁ, ବରଂ ରକ୍ଷା କରିବାକୁ ଆସିଥିବା ଯୁବତୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯୁବକୀଙ୍କ ଗାଡିକୁ ବି ଭଙ୍ଗାରୁଜା କରି ଦୀର୍ଘ ସମୟ ଧରି ଆତଙ୍କ ଖେଳାଇଥିଲେ । କଲୋନୀ ଭିତରେ ଏତେସବୁ କାଣ୍ଡ ଘଟିଚାଲିଥିଲେ ବି ଦେଖଣାହାରୀ ସାଜିଥିଲେ ପଡୋଶୀ ।

ଘଟଣା ଘଟାଇଥିବା ଅଭିଯୁକ୍ତମାନେ ନୟାପଲ୍ଲୀ ଭୋଇସାହିର ଯୁବକ ବୋଲି ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି । ଅଭିଯୁକ୍ତମାନେ ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି ।